Latest Odisha News

BREAKING NEWS

ଏସିଆ ରଗ୍‌ବି ଅନଷ୍ଟପେବଲ୍‌‌ ଅଭିଯାନ’ରେ ଭାରତର ପ୍ରତିନିଧିତ୍ଵ କରିବେ ଓଡ଼ିଆ ଝିଅ ସୁମିତ୍ରା

ଭୁବନେଶ୍ୱର: ଏସିଆ ରଗ୍‌ବି ଅନଷ୍ଟପେବଲ୍’ ଅଭିଯାନରେ ଦେଶର ତିନି ଜଣ ମହିଳା ରଗ୍‌ବି ଖେଳାଳି ଭାରତର ପ୍ରତିନିଧିତ୍ବ କରିବେ। ଏଥିରେ ସ୍ଥାନ ପାଇଛନ୍ତି ଓଡ଼ିଶା ଝିଅ ସୁମିତ୍ରା ନାୟକ। ଅନ୍ୟ ଦୁଇ ଜଣ ହେଉଛନ୍ତି ବାହାଭିଜ୍ ବରୁଚା ଓ ସଂଧ୍ୟା ରାଏ।

ଏସିଆ ରଗ୍‌ବି ଅନଷ୍ଟପେବଲ୍ ଅଭିଯାନ ପାଇଁ ବିଚାରକମଣ୍ଡଳି ଏହି ତିନି ଜଣଙ୍କୁ ବାଛିଛନ୍ତି। ଏହି ବିଚାରକ ମଣ୍ଡଳୀରେ ଥିଲେ ଗୋସ୍ପୋର୍ଟସ ଫାଉଣ୍ଡେସନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦୀପ୍ତି ବୋପାୟା, ଡେଲ ଇଏମସି ସିଏସଆର ମୁଖ୍ୟ ଏପି ଅର୍ଚନା ସହାୟ, ଡ୍ରିମ୍ ଇଲେଭେନ୍ ସିଏସଆର ପ୍ରବନ୍ଧକ ନେହା ଶର୍ମା ଓ ଅଭିନେତା ତଥା ଅନ୍ତର୍ଜାତୀୟ ରଗ୍‌ବି ତାରକା ରାହୁଲ ବୋଷ ।

ତେବେ ଓଡ଼ିଆ ଝିଅ ସୁମିତ୍ରାଙ୍କ ଏହି ସଫଳତାକୁ ନେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ, ‘ଏସିଆ ରଗ୍‌ବି ଅନଷ୍ଟପେବଲ୍’ ଅଭିଯାନରେ ଭାରତକୁ ପ୍ରତିନିଧିତ୍ବ କରିବାକୁ ଚୟନ ହୋଇଥିବାରୁ ସୁମିତ୍ରା ନାୟକଙ୍କୁ ଅଭିନନ୍ଦନ। ତାଙ୍କର ସଫଳତା କାମନା କରୁଛି”

ସୂଚନାଯୋଗ୍ୟ, ଏଥିରେ ସାମିଲ ହେବା ପାଇଁ ୬୦ରୁ ଅଧିକ ମହିଳା ଖେଳାଳି ଆବେଦନ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଏହି ସୁଯୋଗ ମିଳିଛି।

Comments are closed.