ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନାମରେ ଯୌନ ନିର୍ଯ୍ୟାତନା ଅଭିଯୋଗ । ଅଭିଯୋଗ ଆଣିଛନ୍ତି ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ।
ପାୟଲ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରି ନ୍ୟାୟ ମାଗିଛନ୍ତି। ପାୟଲଙ୍କ ପୋଷ୍ଟ ପରେ ଅନୁରାଗ କଶ୍ୟପ ମଧ୍ୟ ତାଙ୍କ ପକ୍ଷ ରଖିଛନ୍ତି। ବିଳମ୍ବିତ ରାତିରେ ଅନୁରାଗ କଶ୍ୟପ ଏହି ପ୍ରସଙ୍ଗରେ ଅନେକ ଟ୍ୱିଟ୍ କରିଛନ୍ତି।
ଅନୁରାଗ କଶ୍ୟପ ଟ୍ୱିଟ କରି ଏହାକୁ ଭିତ୍ତିହୀନ ବୋଲି ଦାବି କରିଛନ୍ତି । ଅନୁରାଗ କଶ୍ୟପ ପାୟଲ ଘୋଷଙ୍କୁ ଯୌନ ନିର୍ଯାତନା ଦେଇଥିବା କଥା ଅସ୍ବୀକାର କରିବା ସହ ମୁଁ ନା ଏହିପରି ଆଚରଣ କରେ ନା ମୁଁ ଏହିପରି ଆଚରଣକୁ ବରଦାସ୍ତ କରେ ନାହିଁ ବୋଲି ଅନୁରାଗ କହିଛନ୍ତି ।
ଅଭିନେତ୍ରୀ ପାୟଲ ଘୋଷ ଟ୍ୱିଟ କରି ଲେଖିଥିଲେ ଯେ, “ଅନୁରାଗ କଶ୍ୟପ ମୋତେ ଯୌନ ନିର୍ଯାତନା ଦେଇଥିଲେ। ନରେନ୍ଦ୍ର ମୋଦୀଜୀ ଦୟାକରି ପଦକ୍ଷେପ ନିଅନ୍ତୁ ଏବଂ ଦେଶକୁ ଏହି ସୃଜନଶୀଳ ବ୍ୟକ୍ତିଙ୍କ ପଛରେ ଥିବା ରାକ୍ଷସକୁ ଦେଖାନ୍ତୁ। ମୁଁ ଜାଣେ ଏହା ମୋର କ୍ଷତି କରିପାରେ। ମୋର ସୁରକ୍ଷା ପ୍ରତି ବିପଦ ଅଛି। ଦୟାକରି ସାହାଯ୍ୟ କରନ୍ତୁ।
ପାୟଲଙ୍କ ଏହି ଟ୍ୱିଟ ପରେ ଅନୁରାଗ କଶ୍ୟପଙ୍କୁ ଗିରଫ କରାଯାଉ ବୋଲି କଙ୍ଗନା କହିଛନ୍ତି ।
Comments are closed.