Latest Odisha News

BREAKING NEWS

ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ନାଁରେ ଦୟାର ହେଲା ବଳାତ୍କାର ମାମଲା

ମୁମ୍ବାଇ: ଅଭିନେତ୍ରୀ ପାୟଲ ଘୋଷ ପୋଲିସ ନିକଟରେ ଦେଇଥିବା ଅଭିଯୋଗ ଆଧାରରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରାଯାଇଛି।

ରିପୋର୍ଟ ଅନୁଯାୟୀ ମୁମ୍ବାଇ ପୋଲିସ ପାୟଲଙ୍କ ବୟାନରେକର୍ଡ କରିସାରିଛି। ସେ ୨୦୧୩ ରେ ଭର୍ସୋଭା ୟାରି ରୋଡରେ ଅନୁରାଗ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି ପାୟଲ।

ପାୟଲଙ୍କ ଓକିଲ ଟୁଇଟ୍ କରି କହିଛନ୍ତି ଯେ, ଶେଷରେ ମହିଳାଙ୍କ ସମ୍ମାନ ଉପରେ ଆଞ୍ଚ ଆଣିଥିବା ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଛି।

ଜଣେ ପୋଲିସ ଅଧିକାରୀ ପିଟିଆଇକୁ ଦେଇଥିବା ସୂଚନା ଅନୁଯାୟୀ, ଅନୁରାଗଙ୍କୁ ଖୁବଶୀଘ୍ର ଏହି ମାମଲାରେ ପଚରାଉଚରା ପାଇଁ ଡକାଯିବ।

ଶନିବାର ଦିନ ପାୟଲ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଅନୁରାଗ କାଶ୍ୟପ ଉପରେ ଯୌନ ନିର୍ଯାତନା ମମାଲ ଆଣିଥିଲେ । ତେବେ ପାୟଲଙ୍କ ଏହି ଅଭିଯୋଗକୁ ଅନୁରାଗ ଖଣ୍ଡନ କରିଛନ୍ତି ।

Leave A Reply

Your email address will not be published.