Latest Odisha News

BREAKING NEWS

ଭାରତ ବନ୍ଦ: କୃଷି ବିଲକୁ ବିରୋଧ କରି ରାଜରାସ୍ତାରେ ଚାଷୀ

ନୂଆଦିଲ୍ଲୀ: କୃଷି ବିଲକୁ ଚାଷୀଙ୍କ ଜୋରଦାର ବିରୋଧ । ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଦେଶର କୃଷକ । ଦେଶବ୍ୟାପୀ ଆଦି ହରତାଲ କରୁଛନ୍ତି ଚାଷୀ । ବନ୍ଦ ପାଳନକୁ ସମର୍ଥନ ଦେଇଛନ୍ତି ବହୁ କୃଷକ ସଂଗଠନ ଓ ରାଜନୈତିକ ଦଳ ।

ପଞ୍ଜାବ ଓ ହରିୟାଣାରେ କୃଷି ବିଲକୁ ଜୋରଦାର ବିରୋଧ କରାଯାଉଛି । ହଜାର ହଜାର ଚାଷୀ ବିଭିନ୍ନ ସ୍ଥାନରେ ରାସ୍ତା ଓ ରେଳରୋକ କରିଛନ୍ତି । ଏହି ଦୁଇ ରାଜ୍ୟ ସମ୍ପୂର୍ଣ୍ଣ ସଟଡାଉନ୍ ହୋଇଛି । ପଞ୍ଜାବ, ହରିୟାଣା ଦେଇ ଆସୁଥିବା ବହୁ ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକିଛନ୍ତି ।

ପଞ୍ଜାବରେ ୩୧ଟି କୃଷକ ସଂଗଠନ ବିଲକୁ ବିରୋଧ କରୁଛନ୍ତି । ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ । ହରିୟାଣାରେ ଭାରତୀୟ କୃଷକ ସଂଗଠନ ସମେତ ବହୁ କୃଷକ ସଂଗଠନ ବିରୋଧ ପ୍ରଦର୍ଶନ କରୁଛନ୍ତି । ବନ୍ଦ ପାଳନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

କଂଗ୍ରେସ, ଏସପି ସମେତ କିଛି ଅଣବିଜେପି ଦଳ କୃଷି ବିଲକୁ ବିରୋଧ କରିବା ସହ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । କଂଗ୍ରେସ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ । ଆସନ୍ତା ୨୮ ତାରିଖରେ ସବୁ ରାଜ୍ୟର ପିସିସି କାର୍ୟ୍ୟାଳୟରୁ ରାଜଭବନ ଯାଏ ଦଳ ପକ୍ଷରୁ ପଦଯାତ୍ରା କରିବାକୁ ନିଷ୍ପତ୍ତି ହୋଇଛି ।
ସେହିପରି କୃଷକଙ୍କୁ ନେଇ ଦସ୍ତଖତ ଅଭିଯାନ ଚଳାଇବ କଂଗ୍ରେସ । ଅକ୍ଟୋବର ୩୧ ଯାଏ ଏହି ଅଭିଯାନ ଚାଲିବ । ପରେ ଦସ୍ତଖତ ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ ।

Leave A Reply

Your email address will not be published.