Latest Odisha News

BREAKING NEWS

ମହାରାଷ୍ଟ୍ର ରାଜନୀତିରେ ଟ୍ୱିଷ୍ଟ: ଫଡନାବିସ୍‌ଙ୍କୁ ସଂଜୟ ଭେଟିଲେ କାହିଁକି ?

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଆସିଛି ବଡ ଟ୍ୱିଷ୍ଟ । ବରିଷ୍ଠ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡନାବିସଙ୍କୁ ଭେଟିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ । ଏହାପରେ ମହାରାଷ୍ଟ୍ର ରାଜନୀତିରେ ଅଦଳବଦଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ସାକ୍ଷାତକାର ପରେ ଚର୍ଚ୍ଚା ହେଉଛି ଯେ, ଏନଡିଏ ମେଣ୍ଟକୁ ଫେରିବାକୁ ଶିବସେନା ଉଦ୍ୟମ କରିବ କି?

ଏନଡିଏର ପୁରୁଣା ସହଯୋଗୀ ପଂଜାବର ଅକାଳୀ ଦଳ ଏନଡିଏରୁ ବାହାର ହୋଇଯାଇଛି । ଏପରି ସମୟରେ ଫଡନବିସଙ୍କ ସହ ସାକ୍ଷାତ କରିଛନ୍ତି ସଂଜୟ ରାୱତ । ଏହାକୁ ନେଇ ସଂଜୟ କହିଛନ୍ତି ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତି । କାହାକୁ ଭେଟିବା ଅପରାଧ ନୁହେଁ । ତେବେ ସାମନା ପତ୍ରିକା ପାଇଁ ସାକ୍ଷାତକାର ନେବାକୁ ଫଡନବିସଙ୍କୁ ସେ ଭେଟିଥିବା ସଫେଇ ରଖିଛନ୍ତି । ମହାରାଷ୍ଟ୍ର ରାଜନୀତିରେ ଏହି ଭେଟଘାଟକୁ ନେଇ ଚର୍ଚା ଜୋର ହୋଇଛି । ଆଶା କରାଯାଉଛି ସଂଜୟ ରାଉତ ଓ ଦେବେନ୍ଦ୍ର ଫଡନବିସଙ୍କ ସାକ୍ଷାତକାର ଜାତୀୟ ରାଜନୀତିରେ ଅଙ୍କ ବଦଳାଇପାରେ ।

ଗୋଟିଏ ପଟେ ସୁଶାନ୍ତ ସିଂ ରାଜପୁତ୍ ହତ୍ୟା ମାମଲା, ବଲିଉଡରେ ଡ୍ରଗ୍ସ କାରବାର ଏବଂ କଙ୍ଗନା ରଣାୱତଙ୍କ କୋଠା ଭାଙ୍ଗିବା ପରି ଘଟଣାରେ ମହାରାଷ୍ଟ୍ର ସରକାର ଏବେ ଚର୍ଚାରେ ରହିଛି । ଏସବୁ ଭିତରେ ଫଡନବିସଙ୍କୁ ସାକ୍ଷାତ କରିଛନ୍ତି ସଂଜୟ ରାୱତ ।

Leave A Reply

Your email address will not be published.