Latest Odisha News

BREAKING NEWS

ନୋବେଲ୍ ଶାନ୍ତି ପୁରସ୍କାର ପାଇଁ କେତେଥର ମନୋନୀତ ହୋଇଥିଲା ଗାନ୍ଧିଜୀଙ୍କ ନାମ!

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ସମଗ୍ର ବିଶ୍ୱରେ ଅହିଂସାର ସର୍ବଶ୍ରେଷ୍ଠ ପୂଜାରୀ ଭାବରେ ଜଣାଶୁଣା । ଅହିଂସା ବଳରେ ଦେଶକୁ ସ୍ୱାଧୀନତା ଦେଇଥିବା ଗାନ୍ଧୀଜିଙ୍କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଁ ୫ଥର ମନୋନୀତ କରାଯାଇଥିଲା। ହେଲେ ବାପୁଙ୍କୁ ଥରୁଟିଏ ଶାନ୍ତି ପୁରସ୍କାର ମଧ୍ୟ ଦିଆଯାଇନଥିଲା।

ମହାତ୍ମା ଗାନ୍ଧୀ ପ୍ରଥମେ ୧୯୩୭ ମସିହାରେ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ନୋବେଲପ୍ରାଇଜ୍‌.ଆରଜରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୯୩୭ ମସିହାରେ ନରୱେ ସଂସଦର ‘ଷ୍ଟର୍ଟିଂ’ର ଲେବର ପାର୍ଟି ସଦସ୍ୟ ଓଲେ କୋଲବର୍ନସନ୍ ଏମ.କେ ଗାନ୍ଧୀଙ୍କ ନାମ ସୁପାରିଶ କରିଥିଲେ। ନୋବେଲ କମିଟିର ୧୩ ଜଣ ସଦସ୍ୟଙ୍କ ମଧ୍ୟରୁ କୋଲବର୍ନସନ୍ ଥିଲେ। କୋଲବର୍ଜନ୍ସନ୍ ନିଜେ ଗାନ୍ଧୀଙ୍କ ନାମ ସୁପାରିଶ କରିନଥିଲେ । ସେ ପ୍ରସିଦ୍ଧ ଗାନ୍ଧୀ ସଂଗଠନ “ଫ୍ରେଣ୍ଡସ୍ ଅଫ୍ ଇଣ୍ଡିଆ” ର ନରୱେ ଶାଖାର ଜଣେ ବରିଷ୍ଠ ମହିଳା ସଦସ୍ୟଙ୍କ ପକ୍ଷରୁ ଗାନ୍ଧିଜୀଙ୍କ ନାମ ସୁପାରିଶ କରାଯାଇଥିଲା।

ଏହା ପରେ ଗାନ୍ଧିଜୀ କ୍ରମାଗତ ଦ୍ୱିତୀୟ ଏବଂ ତୃତୀୟ ଥର ପାଇଁ ୧୯୩୮ ଏବଂ ୧୯୩୯ ରେ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ୧୯୪୭ ମସିହାରେ ଚତୁର୍ଥ ଥର ପାଇଁ ମହାତ୍ମା ଗାନ୍ଧୀ ମନୋନୀତ ହୋଇଥିଲେ। ସେ ୧୯୪୮ ମସିହାରେ ପଞ୍ଚମ ତଥା ଶେଷ ଥର ପାଇଁ ମନୋନୀତ ହୋଇଥିବାବେଳେ ନାମାଙ୍କନ ତାରିଖର ୨ ଦିନ ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା।

ଗାନ୍ଧିଜୀଙ୍କ ନାମରେ ନୋବେଲ କମିଟି ୬ଟି ନାମାଙ୍କନ ଗ୍ରହଣ କରିଛି। ଯେଉଁମାନେ ଗାନ୍ଧିଜୀଙ୍କୁ ପଞ୍ଚମ ଥର ପାଇଁ ମନୋନୀତ କରିଥିଲେ ସେମାନଙ୍କ ମଧ୍ୟରେ କ୍ୱାକର୍ସ ଏବଂ ଅର୍ଥନୀତିଜ୍ଞ ଏମିଲି ଗ୍ରୀନ୍ ବାଲଚ ମଧ୍ୟ ଥିଲେ।

ଗାନ୍ଧୀଙ୍କୁ ଶାନ୍ତି ପୁରସ୍କାର ନଦେବା ନୋବେଲ କମିଟିର ଭୁଲ ଥିଲା…
ଏନଡିଟିଭିର ରିପୋର୍ଟ ଅନୁଯାୟୀ, ମହାତ୍ମା ଗାନ୍ଧୀଙ୍କୁ ଶାନ୍ତି ପୁରସ୍କାର ନ ଦେବା ଏକ ଭୁଲ ବୋଲି ନୋବେଲ କମିଟି ଗ୍ରହଣ କରିଛି। ୧୯୮୯ରେ ମହାତ୍ମା ଗାନ୍ଧୀଙ୍କ ଦେହାନ୍ତ ହେବାର ୪୧ ବର୍ଷ ପରେ ନୋବେଲ କମିଟିର ଅଧ୍ୟକ୍ଷ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାବେଳେ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ।

ଉଲ୍ଲେଖଯୋଗ୍ୟ, ଗାନ୍ଧୀଙ୍କ ଅହିଂସା ନୀତି ଅନୁସରଣ କରୁଥିବା ମାର୍ଟିନ୍ ଲୁଥର୍ କିଙ୍ଗ ଏବଂ ନେଲସନ ମଣ୍ଡେଲାଙ୍କ ପରି ଲୋକଙ୍କୁ ମଧ୍ୟ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.