Latest Odisha News

BREAKING NEWS

ରିୟା ଚକ୍ରବର୍ତ୍ତୀଙ୍କ ବାୟୋପିକ ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଚଳଚ୍ଚିତ୍ର ନିର୍ମାତା !

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରଠାରୁ ରିୟା ଚକ୍ରବର୍ତ୍ତୀ ଚର୍ଚ୍ଚାର ପରିସର ମଧ୍ୟରେ ରହି ଆସିଛନ୍ତି ମୁମ୍ବାଇ ଦର୍ପଣର ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟ ମାମଲା ଜାତୀୟ ସହ ବହୁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରସାରିତ ହେଉଛି । ଏଭଳି ପରିସ୍ଥିତିରେ ଚଳଚ୍ଚିତ୍ର ଅନେକ ଚଳଚ୍ଚିତ୍ର ନିର୍ମାତା ରିୟାଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାନ୍ଧବୀ ରିୟା ଚର୍ଚ୍ଚାର ପାରିସର ମଧ୍ୟକୁ ଟାଣି ହୋଇ ଆସିଛନ୍ତି । ଏପରିକି କିଛି ଚଳଚ୍ଚିତ୍ର ନିର୍ମାତା ରିୟାଙ୍କ ଜୀବନୀ ଉପରେ ବାୟୋପିକ୍ ନିର୍ମାଣ କରିବାକୁ ବିଚାର କରୁଛନ୍ତି ।

ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବଙ୍କ ଭଳି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରୁ କରୁ ବଲିଉଡର ଡ୍ରଗ୍ସ ଗୁମର ପଡ଼ାରେ ପଡିଥିଲା । ଡ୍ରଗ୍ସ ଲିଙ୍କ ଦର୍ଶାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏହି ମାସରେ ରିୟାଙ୍କୁ ଗିରଫ କରିଛି । ରିୟା ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ତାଙ୍କ ଜାମିନ ଆବେଦନରେ ରିୟା କହିଥିଲେ ଯେ ସେ ନିର୍ଦ୍ଦୋଷ ଏବଂ ଏନସିବି ତାଙ୍କୁ ଏବଂ ତାଙ୍କ ପରିବାର ବିରୋଧରେ କଠୋର ଅଭିଯୋଗ ଆଣିବାକୁ ଚେଷ୍ଟା କରୁଛି।

Leave A Reply

Your email address will not be published.