Latest Odisha News

BREAKING NEWS

ଖେଳକୁଦ ବୟସରେ ବିଛଣାରେ ପଡି ରହିଛି କୁନି ଝିଅ; କାରଣ ଜାଣିଲେ ଆଖିରୁ ଝରି ଆସିବ ଲୁହ !

ଯାଜପୁର: ଅସହ୍ୟ ହେଉଛି ଯନ୍ତ୍ରଣା । ତଥାପି ମୁକୁଳିବାକୁ ବାଟ ନାହିଁ । ଖେଳକୁଦ ବୟସରେ ଅକାମୀ ହୋଇଯାଇଛି ଶରୀର । ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ବିଦ୍ୟୁତ୍ ଆଘାତରେ ପୋଡିଯାଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଯାଜପୁର ବାରଗଡିଆ ଅଂଚଳର ୧୨ ବର୍ଷିୟା ପ୍ରିୟାଗ୍ନୀ ଦେଓ । ବିଦ୍ୟୁତ୍ ଆଘାତ ଅଚଳ କରିଦେଇଛି ତାଙ୍କୁ । ପୋଡି ଯାଇଛି ଶରୀରର ବହୁ ଅଙ୍ଗ । ଯେଉଁ ବୟସରେ ଖେଳକୁଦ କରିବା କଥା, ସେହି ବୟସରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ଏହି ଶିଶୁକନ୍ୟା ।

ସୂଚନା ମୂତାବକ ଯାଜପୁର ବାରଗଡିଆ ଗ୍ରାମର ପ୍ରଦୀପ କୁମାର ଦେଓ ଙ୍କ ଝିଅ ପ୍ରିୟାଗ୍ନୀ ଷଷ୍ଠ ଶ୍ରେଣୀରେ ପାଠ ପଢନ୍ତି । କରୋନା ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ଆସପାୟାର (ASPIRE) ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ସ୍ଥାନୀୟ ଅଂଚଳରେ ଛାତ୍ରଛାତ୍ରୀ ମାନଙ୍କୁ କୋଚିଂ ଦେଉଥିଲା । ପ୍ରିୟାଗ୍ନୀ ମଧ୍ୟ କୋଚିଂ ନେବାକୁ ଯାଉଥିଲେ । କୋଚିଂ ଦେଉଥିବା ମହିଳାଙ୍କ ଘର ନିକଟରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ୧୧ କେଭି ବିଦ୍ୟୁତ୍ ତାର ଯାଇଥିଲା । ଏହି ତାର ଏକ ପଣସ ଗଛକୁ ଛୁଇଁ ଥିଲା । ତେବେ ଗତ ଅଗଷ୍ଟ ମାସ ୧୨ ତାରିଖ ଦିନ ପ୍ରିୟାଗ୍ନୀ କୋଚିଂ ନେବାକୁ ଯାଇଥିବା ବେଳେ କୌଣସି କାରଣରୁ ଉକ୍ତ ପଣସ ଗଛକୁ ଛୁଇଁ ଦେବାରୁ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ଫଳରେ ତାଙ୍କ ଶରୀରର ଅନେକ ଅଙ୍ଗ ପୋଡିଯାଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ଟାଟା ମେଡିକା ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପର୍ଣ୍ଣ ହେବାରୁ ପରେ ତାଙ୍କୁ ଅଶ୍ୱିନ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ପ୍ରଥମେ ୨ଟି ସର୍ଜରୀ କରାଯାଇଥିଲା । ଯେଉଥିରେ ପାଖାପାଖି ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ପରେ ଅର୍ଥ ଅଭାବରୁ ଝିଅକୁ ଘରକୁ ନେଇ ଆସିଥିଲେ ବାପା ମା । ହେଲେ ଏବେ ଆହୁରି ୨ଟି ସର୍ଜରୀ ହେବ ବୋଲି ଡାକ୍ତର କହିବା ପରେ ବାପ ମା ଙ୍କ ଚିନ୍ତା ବଢିଯାଇଛି । କାରଣ ସର୍ଜରୀ ପାଇଁ ଆହୁରୀ ୨ରୁ୩ ଲକ୍ଷ ଟଙ୍କା ଆବଶ୍ୟକ । ହେଲେ ହାତରେ କାଣି କଉଡି ଟିଏ ବି ନାହିଁ । କେମିତି ହେବ ଝିଅର ଚିକିତ୍ସା । ତେଣୁ ଏଭଳି ପରିସ୍ଥିତିରେ ଝିଅର ଚିକିତ୍ସା ପାଇଁ ସରକାରଙ୍କ ନିକଟରେ ସାହାର୍ଯ୍ୟର ଆକୁଳ ନିବେଦନ କରିଛନ୍ତି ବାପା ମା ।

 

Leave A Reply

Your email address will not be published.