ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା କେସ୍ । ୨୪ ଘଣ୍ଟାରେ ଉଭୟ ସଂକ୍ରମିତ ଓ ମୃତ୍ୟୁସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୭୦ ହଜାର ୫୮୯ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୮୨ ହଜାର ୧୭୦ । ଅର୍ଥାତ୍ ଗତକାଲି ଅପେକ୍ଷା ଆଜି ପାଖାପାଖି ୧୨ ହଜାର କମ୍ ସଂକ୍ରମିତ ହୋଇଛି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ଲକ୍ଷ ୪୫ ହଜାର ୨୯୨କୁ ବୃଦ୍ଧି ପାଇଛି ।

ସେହିପରି ଗତକାଲି ଅପେକ୍ଷା କମିଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୭୭୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତକାଲି କରୋନାରେ ମୃତ୍ୟୁବରଣ କରିଥିଲେ ୧ ହଜାର ୩୯ ଜଣ । ଆଜି ୨୬୦ କମ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୯୬ ହଜାର ୩୧୮ ।
ମାସେ ଭିତରେ ସୁସ୍ଥ ହାର ୧୦୦% ବୃଦ୍ଧି

ଦେଶରେ ସୁସ୍ଥ ସଂଖ୍ୟା ବଢ଼ି ଚାଲିଛି । କରୋନାରୁ ସୁସ୍ଥ ହେଲେଣି ୫୧ ଲକ୍ଷ ୧ହଜାର ୩୯୮ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୯ ଲକ୍ଷ ୪୭ ହଜାର ୫୭୬ । ଗତ ମାସେ ଭିତରେ ଦଶେର ସୁସ୍ଥ ହାର ଶତ ପ୍ରତିଶତ ବୃଦ୍ଧି ପାଇଛି । ମୋଟ୍ ଆକ୍ରାନ୍ତଙ୍କ ୮୨ ପ୍ରତିଶତରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଏଭଳି ଆଶ୍ୱସ୍ତିକର ସୂଚନା ଦେଇଛି ।
BREAKING NEWS
- ଆସାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବଙ୍ଗଳାର ଆଶ୍ରୟ ନିଅନ୍ତି ବାଂଲାଦେଶୀ
- Trump threatens to bomb Iran: ଇରାନକୁ କଡ଼ା ଚେତାବନୀ ଦେଲେ ଟ୍ରମ୍ପ, “ଶାନ୍ତି ଚୁକ୍ତି ନକଲେ ବୋମାବର୍ଷା ହେବ…”
- ପଶ୍ଚିମ ଏସିଆ ଉତ୍ତେଜନା ମଧ୍ୟରେ ଭାରତର ପ୍ରସ୍ତୁତି ସମୀକ୍ଷା, CCS ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦୀ
- ବଙ୍ଗଳା ନିର୍ବାଚନ: ବିଜେପି ପ୍ରାର୍ଥୀଙ୍କ ପାଇଁ ପାମ୍ପଲେଟ୍ ବାଣ୍ଟୁଛନ୍ତି CRPF ଯବାନ!
- Bou Buttu Bhuta at INCA 2026: ମୁମ୍ବାଇ ମଞ୍ଚରେ, ଓଡ଼ିଆ ସିନେମାର ଗର୍ଜନ…ଭାବ ବିହ୍ୱଳ ହୋଇପଡ଼ିଲେ ଅର୍ଚ୍ଚିତା
- ଶେଷ ହେଲା କି ତୈଳ-LPG ସଙ୍କଟ? ହର୍ମୁଜ୍ ପ୍ରଣାଳୀ ଖୋଲିବା ଦ୍ୱାରା ଲାଭବାନ ହେବ ଭାରତ
- ଏହି ସବୁ ଜିଲ୍ଲାରେ ଆଜିଠୁ ୫ ଦିନ ଯାଏ ସ୍କୁଲ, କଲେଜ ଛୁଟି
- ୟୁ-ଟର୍ଣ୍ଣ ନେଲେ ଟ୍ରମ୍ପ, ଭାରତ ପାଇଁ କଲେ ବଡ଼ ଘୋଷଣା
- ତତଲା କଢ଼େଇରେ ଭାଜି ହେଉଛି ଓଡ଼ିଶା, ଦିନ ତାପମାତ୍ରା ୪୩ ଡିଗ୍ରୀ ପାର୍
- ଘାଟିରେ ଭ୍ୟାନ ଖସିପଡ଼ିବାରୁ କେରଳର ଶିକ୍ଷକଙ୍କ ସମେତ ୯ ଜଣଙ୍କର ମୃତ୍ୟୁ
Comments are closed.