ଦୁବାଇ: ଆଇପିଏଲର ଦୁଇଟି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ସୁପର ଓଭରରେ ବିଜୟୀ ହୋଇଛି । ଗୋଟିଏ ୨୦୧୩ରେ ଖେଳାଯାଇଥିଲା । ଆଉ ଗୋଟିଏ ମ୍ୟାଚ୍ ଚଳିତ ସିଜିନର ଗତକାଲିର ମୁକାବିଲାରେ ବିଜୟୀ ହୋଇଛି ବେଙ୍ଗାଳୁରୁ ।
ଦିଲ୍ଲୀ ବନାମ ବେଙ୍ଗାଳୁରୁ (୨୦୧୩ IPL)
୨୦୧୩ IPL ସୁପର ଓଭର ମ୍ୟାଚ୍
ଆଇପିଏଲ୍ ଷଷ୍ଠ ସିନିରେ ବେଙ୍ଗାଳୁରୁ ଓ ଦିଲ୍ଲୀ ମ୍ୟାଚରେ ସୁପର ଓଭର ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ କରିଥିଲା ୧୫୨ ରନ୍ । ୧୫୩ ରନ୍ ବିଜୟ ଲକ୍ଷ୍ୟର ପିଛା କରି ବେଙ୍ଗାଳୁରୁ ସମାନ ୧୫୨ ରନ୍ କରିଥିଲା । ସୁପର ଓଭରରେ ରବି ରାମପଲ ୨ଟି ଓ୍ୱିକେଟ ନେଇ ଆରସିବିକୁ ବିଜୟୀ କରାଇଥିଲେ ।
ମୁମ୍ବାଇ ବନାମ ବେଙ୍ଗାଳୁରୁ (୨୦୨୦ IPL)
୨୦୨୦ IPL ସୁପର ଓଭର ମ୍ୟାଚ୍
ଚଳିତ ସିଜିନରେ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସୁପର ଓଭରରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ । ପ୍ରଥମେ ବ୍ୟାଟିଂ କରି ଆରସିବି ୩ ଓ୍ୱିକେଟରେ ୨୦୧ ରନ୍ କରିଥିଲା । ଜବାବରେ ମୁମ୍ବାଇ ଧୂଆଁଧାର ବ୍ୟାଟିଂ କରିଥିଲେ ବି ଟାଇ ହୋଇଥିଲା ମ୍ୟାଚ୍ । ସୁପର ଓଭରରେ ମୁମ୍ବାଇ ଗୋଟିଏ ଓ୍ୱିକେଟ ହରାଇ ୭ ରନ୍ କରିଥିଲା । ବେଙ୍ଗାଳୁରୁ ଶେଷ ବଲରେ ବିନା ଓ୍ୱିକେଟରେ ଜିତି ନେଇଥିଲା ମ୍ୟାଚ୍ ।

ଆଇପିଏଲର ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା ଦୁଇଟି ସୁପର ଓଭର ମ୍ୟାଚ୍ ଦେଖିବାକୁ ମିଳିଛି । ଗୋଟିଏ କିଙ୍ଗସ ଇଲେଭେନ୍ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ଭିତରେ ଖେଳାଯାଇଥିଲା । ଗତକାଲି ବେଙ୍ଗାଳୁରୁ ଓ ମୁମ୍ବାଇ ଭିତରେ ଖେଳାଯାଇଥିଲା ଦ୍ୱିତୀୟ ସୁପର ଓଭର ମ୍ୟାଚ୍ ।
BREAKING NEWS
- ସିନେ ପରଦାରେ ଦେଖିବାକୁ ମିଳିବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ, ଆମିର କଲେ ଘୋଷଣା
- ଗ୍ରାହକଙ୍କୁ ଆଶ୍ବସ୍ତି; ଖସିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ କମିଲା…
- Vigilance Raid:୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜିଇଡି ଯନ୍ତ୍ରୀ
- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ପାଉଥିବା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ରିହାତି ଘୋଷଣା
- ଅବକାରୀ ବିଭାଗର ବଡ ଧରଣର ଚଢାଉ; ୨୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ
- ଜନସେବା କେନ୍ଦ୍ରରେ ଠକେଇ; ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ଗିରଫ ହେଲେ ଯୁବକ
- ଦିନିକିଆ ଦଳରୁ ବାଦ ପଡି ପାରନ୍ତି କୂଲଦୀପ
- PM Modi Visit:ମୁଁ ଆସନ୍ତାକାଲି ଓଡ଼ିଶାର ମୟୂରଭଞ୍ଜରେ ରହିବି, ଏହି ଗସ୍ତ ଉଲ୍ଲେଖନୀୟ ହେବ:ପ୍ରଧାନମନ୍ତ୍ରୀ ମୋଦୀ
- ତୃତୀୟ ଦିନିକିଆରେ ହଠାତ ହର୍ଷିତଙ୍କ ଏଂଟ୍ରି
- SIR Work Pressure: ଜୀବନ ହାରିଲେ ବିଏଲଓ; SIR କାର୍ଯ୍ୟ ପାଇଁ ସରକାରୀ ଚାପ ଅଭିଯୋଗ କଲେ ପରିବାର

Comments are closed.