ଦୁବାଇ: ଆଇପିଏଲର ଦୁଇଟି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ସୁପର ଓଭରରେ ବିଜୟୀ ହୋଇଛି । ଗୋଟିଏ ୨୦୧୩ରେ ଖେଳାଯାଇଥିଲା । ଆଉ ଗୋଟିଏ ମ୍ୟାଚ୍ ଚଳିତ ସିଜିନର ଗତକାଲିର ମୁକାବିଲାରେ ବିଜୟୀ ହୋଇଛି ବେଙ୍ଗାଳୁରୁ ।
ଦିଲ୍ଲୀ ବନାମ ବେଙ୍ଗାଳୁରୁ (୨୦୧୩ IPL)
୨୦୧୩ IPL ସୁପର ଓଭର ମ୍ୟାଚ୍
ଆଇପିଏଲ୍ ଷଷ୍ଠ ସିନିରେ ବେଙ୍ଗାଳୁରୁ ଓ ଦିଲ୍ଲୀ ମ୍ୟାଚରେ ସୁପର ଓଭର ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ କରିଥିଲା ୧୫୨ ରନ୍ । ୧୫୩ ରନ୍ ବିଜୟ ଲକ୍ଷ୍ୟର ପିଛା କରି ବେଙ୍ଗାଳୁରୁ ସମାନ ୧୫୨ ରନ୍ କରିଥିଲା । ସୁପର ଓଭରରେ ରବି ରାମପଲ ୨ଟି ଓ୍ୱିକେଟ ନେଇ ଆରସିବିକୁ ବିଜୟୀ କରାଇଥିଲେ ।
ମୁମ୍ବାଇ ବନାମ ବେଙ୍ଗାଳୁରୁ (୨୦୨୦ IPL)
୨୦୨୦ IPL ସୁପର ଓଭର ମ୍ୟାଚ୍
ଚଳିତ ସିଜିନରେ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସୁପର ଓଭରରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ । ପ୍ରଥମେ ବ୍ୟାଟିଂ କରି ଆରସିବି ୩ ଓ୍ୱିକେଟରେ ୨୦୧ ରନ୍ କରିଥିଲା । ଜବାବରେ ମୁମ୍ବାଇ ଧୂଆଁଧାର ବ୍ୟାଟିଂ କରିଥିଲେ ବି ଟାଇ ହୋଇଥିଲା ମ୍ୟାଚ୍ । ସୁପର ଓଭରରେ ମୁମ୍ବାଇ ଗୋଟିଏ ଓ୍ୱିକେଟ ହରାଇ ୭ ରନ୍ କରିଥିଲା । ବେଙ୍ଗାଳୁରୁ ଶେଷ ବଲରେ ବିନା ଓ୍ୱିକେଟରେ ଜିତି ନେଇଥିଲା ମ୍ୟାଚ୍ ।

ଆଇପିଏଲର ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା ଦୁଇଟି ସୁପର ଓଭର ମ୍ୟାଚ୍ ଦେଖିବାକୁ ମିଳିଛି । ଗୋଟିଏ କିଙ୍ଗସ ଇଲେଭେନ୍ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ଭିତରେ ଖେଳାଯାଇଥିଲା । ଗତକାଲି ବେଙ୍ଗାଳୁରୁ ଓ ମୁମ୍ବାଇ ଭିତରେ ଖେଳାଯାଇଥିଲା ଦ୍ୱିତୀୟ ସୁପର ଓଭର ମ୍ୟାଚ୍ ।
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Comments are closed.