Latest Odisha News

BREAKING NEWS

ନଭେମ୍ବର ୩ରେ ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ଭୋଟ

ଭୁବନେଶ୍ୱର: ବାଜିଲା ବିଧାନସଭା ଉପନିର୍ବାଚନ ବିଗୁଲ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ନଭେମ୍ବର ୩ ତାରିଖରେ ପଡିବ ଭୋଟ । କୋଭିଡ ଗାଇଡ ଲାଇନ୍ ଅନୁଯାୟୀ ନିର୍ବାଚନ ହେବ । ଏନେଇ ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

ଅକ୍ଟୋବର ୯ରେ ଉଭୟ ନିର୍ବାଚନ ମଣ୍ଡଳି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୬ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ଅକ୍ଟୋବର ୧୭ରେ ଯାଂଚ, ୧୯ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର । ନଭେମ୍ବର ୧୦ରେ ଉଭୟ ନିର୍ବାଚନ ମଣ୍ଡଳୀରେ ଭୋଟ ଗଣତି ହେବ ।

ନିର୍ବାଚନ ସମୟରେ କୋଭିଡ ଗାଇଡ ଲାଇନ୍ ପାଳନ କରାଯିବ । ଏଥିପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ପ୍ରାର୍ଥୀ ଅନ୍‌ଲାଇନ୍‌ରେ ନାମାଙ୍କନ ପତ୍ର ଦାଖଲ କରିବେ । ଯଦି ପ୍ରାର୍ଥୀ ଅଫିସ୍ ଆସି ନାମଙ୍କନ ପତ୍ର ଦାଖଲ କରିବେ ତେବେ ତାଙ୍କ ସହ କେବଳ ଦୁଇ ଜଣ ହିଁ ଆସିବେ ପାରିବେ । ମାସ୍କ ଓ ହ୍ୟାଣ୍ଡ ଗ୍ଲୋବ୍ସ ବାଧ୍ୟତାମୂଳକ କରାଯାଇଛି ।

ସେହିପରି ପ୍ରଚାର ସମୟରେ ପ୍ରାର୍ଥୀଙ୍କ ସହିତ କେବଳ ୫ ଜଣ ରହିବେ । ଡୋର ଟୁ ଡୋର କ୍ୟାମ୍ପେନ କରିପାରିବେ । ଏଥିସହ ଚଳିତଥର ଭୋଟିଂ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଭୋଟିଂ ହେବ । ଶେଷ ଏକ ଘଂଟା ଅର୍ଥାତ ୫ରୁ ୬ଟା ଭିତରେ କେବଳ କରୋନା ସଂକ୍ରମିତମାନେ ହିଁ ଯାଇ ଭୋଟ ଦେବେ । ଗୋଟିଏ ବୁଥରେ ୧ ହଜାର ଭୋଟର ହିଁ ଭୋଟ ଦେଇପାରିବେ । ଯଦି ଅଧିକ ହୁଅନ୍ତି ତେବେ ଆଉ ଏକ ବୁଥର ବ୍ୟବସ୍ଥା କରାଯିବ । ସାମାଜିକ ଦୂରତ୍ୱକୁ ଗରୁତ୍ୱ ଦେଇ ଏଭଳି କଟକଣା ଜାରି କରାଯାଇଛି ।

Leave A Reply

Your email address will not be published.