Latest Odisha News

BREAKING NEWS

ଦଶମ ଶ୍ରେଣୀ ପିଲାଙ୍କ ଲାଗି ‘ଶିକ୍ଷା ଶିଖର’ କାର୍ଯ୍ୟକ୍ରମ

ଭୁବନେଶ୍ୱର:  ରାଜ୍ୟରେ କରୋନା ଲାଗି ମାର୍ଚ୍ଚରୁ ସ୍କୁଲରେ ପାଠପଢ଼ା ବନ୍ଦ ରହିଛି । ତେବେ ଏହି ସମୟରେ ଶିକ୍ଷା ସଂଯୋଗ ମାଧ୍ୟମରେ ସମସ୍ୟାର ସମାଧାନ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଅଭିନବ ପ୍ରୟାସ ଆଣିବା ଲାଗି ଆରମ୍ଭ ହୋଇଛି ଶିକ୍ଷା ଶିଖର କାର୍ଯ୍ୟକ୍ରମ । ଏହା କେବଳ ଦଶମ ଶ୍ରେଣୀ ପିଲାଙ୍କ ଲାଗି ଲାଗୁ କରାଯାଇଛି । ସମସ୍ୟା ମଧ୍ୟରେ ଦଶମ ଶ୍ରେଣୀ ପିଲାଙ୍କ ଯେପରି ଶିକ୍ଷା କ୍ଷେତ୍ରରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିଲାଗି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀମାନେ ଉଦ୍ୟମ କରୁଛନ୍ତି । ଦଶମରେ ଅଧିକ ସଂଖ୍ୟକ ମେଧାବୀ ଉର୍ତ୍ତୀର୍ଣ୍ଣ ଲକ୍ଷ୍ୟ ନେଇ ପ୍ରଥମଥର ଲାଗି ‘ଶିକ୍ଷା ଶିଖର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟସ୍ତରରେ ଲାଗୁ କରାଯିବାର ଲକ୍ଷ୍ୟ ମଧ୍ୟ ରହିଛି ।

ଏହି ଯୋଜନାରେ ପ୍ରତ୍ୟେକ ବ୍ଲକ ଶିକ୍ଷା ଅଧିକାରୀ ସେମାନଙ୍କ ଅଧିନରେ ଥିବା ଉଚ୍ଚବିଦ୍ୟାଳୟଗୁଡିକର ପ୍ରଧାନଶିକ୍ଷକ, ବିଷୟଭିତିକ ଧକ୍ଷ ଶିକ୍ଷକ, ସିଆରସିସିଙ୍କ ସମେତ ୫୦ରୁ ଅଧିକ ମେଧାବୀ ପିଲାଙ୍କୁ ନେଇ ଏକ ହ୍ୱାଟ୍ସଆପ୍ ଗ୍ରୁପ ଗଠନ କରିବେ । ପ୍ରତି ପାଠ୍ୟ ବିଷୟ ଯେପରି ଓଡ଼ିଆ, ଇଂରାଜୀ, ଗଣିତ, ବିଜ୍ଞାନ ଆଦି ବିଷୟର ସଫଳ ଶିକ୍ଷାଦାନ ଲାଗି ଜଣେ ଲେଖାଏଁ ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱ ଦେବା ସହ ଶିକ୍ଷାଦାନ କରିବା ପାଇଁ ୪ଜଣ ଲେଖାଏଁ ଦକ୍ଷ ଶିକ୍ଷକଙ୍କୁ ନିୟୋଜିତ କରାଯିବ । ୯ଟି ବିଷୟରୁ ୩ଟି ବିଷୟର ଶିକ୍ଷାବ୍ୟବସ୍ଥାକୁ ମନିଟରଂ କରିବା ଲାଗି ଜଣେ ଲେଖାଏଁ ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱ ଦିଆଯିବ ।

ସେହିପରି ଅନ୍ୟ ଶିକ୍ଷକଙ୍କୁ ସାପ୍ତାହିକ ଅବସରଭର ଭାବେ ଦାୟିତ୍ୱ ଦିଆଯିବ । ଶିକ୍ଷା ଶିଖରର ବୈଷୟିକ ପରିଚାଳନା କୌଣସି ଦକ୍ଷ ସିଆରସିସିଙ୍କ ଦ୍ୱାରା କରାଯିବ । ଶିକ୍ଷା ଶିଖର ଲାଗି ଛାତ୍ରଛାତ୍ରୀ ଚୟନ କରିବା ସମୟରେ ସ୍କୁଲ ପ୍ରଧାନଶିକ୍ଷକ ପିଲାଙ୍କର ମେଧାକୁ ହିଁ ଗୁରୁତ୍ୱ ଦେବେ । ବିଶେଷକରି ୭୦%ରୁ ଅଧିକ ମାର୍କ ରଖିଥିବା ପିଲାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ । ପ୍ରଧାନଶିକ୍ଷକ ଶିକ୍ଷାଶିଖର କାର୍ଯ୍ୟକ୍ରମରେ ପିଲାଙ୍କର ଶତପ୍ରତିଶତ ଉପସ୍ଥାନ ପ୍ରତି ଗୁରୁତ୍ୱ ଦେବେ । ପିଲାଙ୍କର ଅଭିଭାବକଙ୍କ ସହ ନିୟମିତ ଯୋଗାଯୋଗ ମଧ୍ୟ କରିବେ । ପ୍ରତି ମେଣ୍ଟର ଓ ଆର୍‌ପି ମିଶି ନିୟମିତ ବ୍ୟବଧାନରେ ଟେଷ୍ଟ ଓ ବିଇଓଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.