Latest Odisha News

ଫୋର୍ବସରେ ସ୍ଥାନ ପାଇଥିବା ସବୁଠୁ ଦାମିକା ଅଭିନେତ୍ରୀ କିଏ; ଜାଣନ୍ତୁ

ସୋଫିଆ ଭର୍ଗାରା ଫୋର୍ବସରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୪୩ ମିଲିୟନ୍‌ ଡଲାର୍‌ ଆୟ ସହିତ ଫୋର୍ବସ୍‌ ତାଲିକାରେ ଶୀର୍ଷରେ ଅଛନ୍ତି।

ସୋଫିଆଙ୍କ ଅଧିକାଂଶ ଆୟ ମର୍ଡନ୍‌ ଫ୍ୟାମିଲି ସୋ ଏବଂ ଆମେରିକା ଗଟ୍‌ ଟ୍ୟାଲେଣ୍ଟରୁ ହୋଇଥାଏ। ମର୍ଡନ୍‌ ଫ୍ୟାମିଲି ସୋ ଯୋଗୁ ତାଙ୍କୁ ଏମି ଆୱାର୍ଡ ମଧ୍ୟ ମିଳିସାରିଛି।

ଏହି ତାଲିକାରେ ଆଞ୍ଜେଲିନା ଜୋଲି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ଆୟ ୩୫.୫ ମିଲିୟନ୍‌ ଡଲାର୍ ବୋଲି ଅନୁମାନ କରାଯାଉଛି। ତୃତୀୟ ସ୍ଥାନରେ ଅଛନ୍ତି ଗାଲ୍‌ ଗାଡୋଟ୍‌। ତାଙ୍କ ମୋଟ ଆୟ ୩୧.୫ ମିଲିୟନ୍‌ ଡଲାର୍‌ ବୋଲି ଅନୁମାନ କରାଯାଉଛି। ତେବେ ଗାଲ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ୱଣ୍ଡର୍‌ ଓମେନ୍‌ ୧୯୮୪’ ମୁକ୍ତିଲାଭ ଅପେକ୍ଷାରେ। ସେହିଭଳି

ଚତୁର୍ଥ ସ୍ଥାନରେ ମେଲିସା ମେକାର୍ଥ ରହିଥିବା ବେଳେ ତାଙ୍କ ଆନୁମାନିକ ଆୟ ୨୫ ମିଲିୟନ୍‌ ଡଲାର୍। ପଞ୍ଚମ ସ୍ଥାନରେ ରହିଛନ୍ତି ମେରିଲ୍‌ ଷ୍ଟ୍ରିପ୍‌ (୨୪ ମିଲିୟନ୍‌ ଡଲାର୍‌) ଏବଂ ଷଷ୍ଠ ସ୍ଥାନରେ  ଏମିଲି ବ୍ଲଣ୍ଟ (୨୨.୫ ମିଲିୟନ୍‌ ଡଲାର୍‌) ରହିଛନ୍ତି।

ନିକୋଲ କିଡମ୍ୟାନ୍‌ ୨୨ ମିଲିୟନ୍‌ ଡଲାର୍‌ ଆୟ ସହିତ ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ସେହପରି ଏଲେନ୍‌ ପମ୍ପେଓ ୮ ମିଲିୟନ୍‌ ଡଲାର୍‌ ଆୟ ସହିତ ଅଷ୍ଟମ ସ୍ଥାନରେ ରହିଛନ୍ତି। ସେହିଭଳି ଏଲିଜାବେଥ୍ ମୋସ୍‌ ନବମ ସ୍ଥାନରେ ରହିଥିବା ବେଳେ ଭିୟୋଲା ଡେଭିସ୍‌ ଦଶମ ସ୍ଥାନରେ ରହିଛନ୍ତି।

Leave A Reply

Your email address will not be published.