Latest Odisha News

BREAKING NEWS

କରୋନା ଟ୍ରେଣ୍ଡ ହ୍ରାସ: ୨୪ ଘଣ୍ଟାରେ ରାଜ୍ୟରୁ ୨୬୧୭ ନୂଆ ଆକ୍ରାନ୍ତ, ଏସବୁ ଜିଲ୍ଲାରେ କମିଛି

ଭୁବନେଶ୍ୱର: ରାଜ୍ୟରେ ଖସିଛି ଦୈନିକ କରୋନା ଟ୍ରେଣ୍ଡ । ପାଖାପାଖି ମାସେ ପରେ ତିନି ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୨୬୧୭ ପଜିଟିଭ୍ । ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୫୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ ସଂଖ୍ୟା ଦୁଇ ଶହ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ କଟକରେ ୧୩୬ ଜଣ ସଂକ୍ରମିତ ହୋଇଛନ୍ତି । ବରଗଡ଼ରୁ ୧୪୮, କେନ୍ଦ୍ରାପଡ଼ାରୁ ୧୩୨, ଅନୁଗୋଳରୁ ୧୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଯାଜପୁରରୁ ୧୧୨, ବଲାଙ୍ଗିରରୁ ୧୦୯, କେନ୍ଦୁଝରରୁ ୧୦୭, ସମ୍ୱଲପୁରରୁ ୧୦୬ ଓ ମୟୂରଭଞ୍ଜ ଜିଲ୍ଲା ନୂଆ ଆକ୍ରାନ୍ତଙ୍କ ତାଲିକାରେ ଆଉ ୧୦୧ ଜଣଙ୍କ ନାଁ ଯୋଡ଼ିଛି । ବାକି ସମସ୍ତ ଜିଲ୍ଲାରୁ ୨୪ ଘଣ୍ଟାରେ ଶହେରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ଆଜି ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୨ ଲକ୍ଷ ୨ ହଜାର ୩୦୨ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୩୨ ହଜାର ୫୧ ।

Leave A Reply

Your email address will not be published.