Latest Odisha News

BREAKING NEWS

ରାଜ୍ୟରୁ ଆଉ ୧୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୨୪

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଭିତରେ ଜୀବନ ଯାଉଛି । ମୃତ୍ୟୁସଂଖ୍ୟା ୯ଶହ ପାର କଲାଣି । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୭ ଜଣଙ୍କର ଜୀବନ ନେଇଛି ମହାମାରୀ । ରାଜ୍ୟରେ ୯୨୪କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁସଂଖ୍ୟା ।

ଗତ ୨୪ ଘଣ୍ଟାରେ କଟକ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କଟକ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୮୦ ଛୁଇଁଥିବା ବେଳେ ପୁରୀ ଜିଲ୍ଲାରେ ମହାମାରୀରେ ମଲେଣି ୬୨ ଆକ୍ରାନ୍ତ ।

ସେହିପରି ଦିନକରେ ବୌଦ୍ଧ ଓ ବାଲେଶ୍ୱର ଜିଲ୍ଲାରୁ ୨ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ୨ ଜଣ ସଂକ୍ରମିତ । ଏହା ବ୍ୟତୀତ ଅନୁଗୋଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.