Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା କ୍ରିକେଟର ଫିଲାଣ୍ଡରଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

କେପଟାଉନ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଭେର୍ଣ୍ଣନ ଫିଲାଣ୍ଡରଙ୍କ ଭାଇ ଟାଇରୋନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ ତାଙ୍କ ପଡୋଶୀଙ୍କୁ ପାଣି ଦେବାକୁ ଯାଉଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତାଙ୍କ ମାଆ ଏହି ଦୃଶ୍ୟ ନିଜ ଆଖିରେ ଦେଖିଛନ୍ତି । ହତ୍ୟାକରୀ ଫେରାର ଅଛନ୍ତି । ଫିଲାଣ୍ଡର ଏ ସମ୍ପର୍କରେ ଟୁଇଟରରେ ସୂଚନା ଦେଇଥିଲେ ।

ଏଥିସହ ପରିବାରର ଗୋପନୀୟତାକୁ ସମ୍ମାନ ଦେବା ପାଇଁ ମଧ୍ୟ ସେ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି । ସେ ଚଳିତ ବର୍ଷ ଆରମ୍ଭରେ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ ।

Leave A Reply

Your email address will not be published.