Latest Odisha News

ସିିନେମା ହଲ୍‌ରେ ରିଲିଜ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’!

ମୁମ୍ବାଇ: ପୁଣି ବଡ ପରଦାରେ ଦେଖିବାକୁ ମିଳିବ ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ । ପୁଣିଥରେ ସିନେମା ହଲ୍‌ରେ ଫ୍ୟାନ୍ସମାନେ ଶୁଣିବାକୁ ପାଇବେ ସୁଶାନ୍ତଙ୍କ ଭଏସ୍ । କେବଳ ସେତିକି ନୁହେଁ ତାଙ୍କ ଡାଏଲଗ୍ ଏବଂ ତାଙ୍କ ଆକ୍ଟିଂ ମଧ୍ୟ ଦେଖିବାକୁ ମିଳିବ । ବଡ ପରଦାରେ ରିଲିଜ ହେବ ସୁଶାନ୍ତ ସିଂଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ।

ଅନ୍‌ଲକ୍‌-୫ରେ ଅକ୍ଟୋବର ୧୫ରୁ ସିନେମା ହଲ୍ ଖୋଲିବା ପରେ ଏହି ଫିଲ୍ମ ସିନେମା ହଲ୍‌କୁ ଆସିବ ବୋଲି ଚର୍ଚ୍ଚା ହେଉଛି। ଏନେଇ ହଲ୍‌ଗୁଡ଼ିକ ଇଚ୍ଛା ମଧ୍ୟ ପ୍ରକାଶ କରିଛନ୍ତି। ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ହଲ୍ ଖୋଲିଲା ପରେ ‘ଦିଲ୍ ବେଚାରା’ ମୁକ୍ତିଲାଭ କରିବ। ଏଥିସହ ଡିଜିଟାଲ୍ ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିବା ଅନେକ ଫିଲ୍ମ ବି ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। କ୍ରିଷ୍ଟୋଫର୍ ନୋ‌ଲାନ୍‌ଙ୍କ ‘ଟେନେଟ୍‌’, କିଆରା ଆଡ୍‌ଭାନିଙ୍କ ‘ଇନ୍ଦୁ କି ଜୱାନି’, ‘ସୂରଜ ପେ ମଙ୍ଗଲ ଭାରି’ ଆଦି ଚଳଚ୍ଚିତ୍ର ବି ସିନେମା ହଲ୍‌ରେ ମୁକ୍ତିଲାଭ କରିବ। ଶୁଣିବାକୁ ମିଳୁଛି ଯେ, ଫିଲ୍ମଟିକୁ ନଭେମ୍ବରର ପ୍ରଥମ ସପ୍ତାହରେ ରିଲିଜ କରାଯିବ ।

Comments are closed.