Latest Odisha News

ଫ୍ଲିପ୍‌କାର୍ଟ ପଛରେ ଲାଗିଲା ଦେଶଦ୍ରୋହ ଟ୍ୟାଗ୍‌

ନୂଆଦିଲ୍ଲୀ: କନ୍‌ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ର ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଫ୍ଲିପ୍‌କାର୍ଟ ବିରୋଧରେ ତୁରନ୍ତ ଦେଶଦ୍ରୋହ ପ୍ରକ୍ରିୟା ଆରମ୍ଭ କରିବାକୁ ସରକାରଙ୍କୁ ଦାବି କରିଛନ୍ତି।

ତେବେ ଫ୍ଲିପ୍‌କାର୍ଟ ଏହାର ଅଫିସିଆଲ୍ ଟ୍ୱିଟର୍‌ ହ୍ୟାଣ୍ଡେଲ ମାଧ୍ୟମରେ ନାଗାଲାଣ୍ଡକୁ ଭାରତ ବାହାରର ଏକ ଅଂଶ ଭାବରେ ବର୍ଣ୍ଣନା କରିଛି, ଏହାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି। ପ୍ରବୀଣ କହିଛନ୍ତି ଯେ’ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସାମ୍ନାରେ ଏହି ଗୁରୁତର ପ୍ରସଙ୍ଗ ଉଠାଇବେ।

‘କେବଳ ଟୁଇଟ୍‌କୁ ହଟାଇଦେଲେ ଫ୍ଲିପ୍‌କାର୍ଟର କ୍ଷମା ପ୍ରାର୍ଥନା ଗ୍ରହଣ କରାଯିବ ନାହିଁ।  ଭାରତରେ ରହି ଭାରତରେ ଅବସ୍ଥିତ ଏକ ରାଜ୍ୟକୁ ଦେଶ ବାହାରର କହିବା ଅକ୍ଷମଣୀୟ ଅପରାଧ। ଏହା  ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ”

ତେବେ ସମୂର୍ଣ୍ଣ ଘଟଣାବଳୀ ହେଉଛି, କିଛି ଦିନ ପୂର୍ବରୁ ଫ୍ଲିପକାର୍ଟକୁ ନାଗାଲାଣ୍ଡର ଜଣେ ଗ୍ରାହକ ସେଠାରେ କାହିଁକି ଡେଲିଭରି ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ, ଏହାର ଉତ୍ତରରେ ଫ୍ଲିପ୍‌କାର୍ଟ ନିଜ ଅଫିସିଆଲ୍‌ ଟୁଇଟ୍‌ର ହ୍ୟାଣ୍ଡେଲ୍‌ରୁ କୁହାଯାଇଥିଲା ଯେ “ଏଥିପାଇଁ ଆମକୁ କ୍ଷମା କରନ୍ତୁ, ଆମ ସହିତ ସପିଂ କରିବାକୁ ଆପଣ ଆଗ୍ରହୀ ଥିବାରୁ ଆମେ ପ୍ରଶଂସା କରୁଛୁ। କିନ୍ତୁ ଆମେ ଭାରତ ବାହାରେ ସେବା ପ୍ରଦାନ କରୁନାହୁଁ।”

ସୋସିଆଲ ମିଡିଆରେ ଫ୍ଲିପ୍‌କାର୍ଟର ଟ୍ୱିଟ୍‌ ଭାଇରାଲ ହେବା ମାତ୍ରେ ଫ୍ଲିପ୍‌କାର୍ଟର ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଥିଲା। ଫ୍ଲିପ୍‌କାର୍ଟ ତରଫରୁ ଏହା କୁହାଯାଇଥିଲା, “ଅଜାଣତରେ ଘଟିଥିବା ଭୁଲ ପାଇଁ ଆମେ ଅତ୍ୟଧିକ ଦୁଃଖିତ। ଆମେ ନାଗାଲାଣ୍ଡ ଅଞ୍ଚଳ ସମେତ ସମଗ୍ର ଦେଶରେ ସେବା ପ୍ରଦାନ କରିବାକୁ ପ୍ରୟାସ କରୁଛୁ। ଆମେ ଆପଣଙ୍କ ସହ ଯୋଡ଼ି ହୋଇଥିବାରୁ ଏବଂ ବର୍ତ୍ତମାନ ଉପଲବ୍ଧ ବିକଳ୍ପଗୁଡିକ ପ୍ରଦାନ କରି ଖୁସି ଅଛୁ। “

Comments are closed.