ବିଶାଖାପାଟଣା: ସାନଭୀ ଏମ୍ ପ୍ରଜିତ୍ । ବୟସ ମାତ୍ର ୧୦ବର୍ଷ । କିନ୍ତୁ ଏକ ଘଣ୍ଟାରେ ୩୩ ପ୍ରକାର ବ୍ୟଞ୍ଜନ ରାନ୍ଧି ସାନଭୀ ଏସିଆ ବୁକ୍ ଅଫ୍ ରେକର୍ଡସ୍ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି ।
ସାନଭୀ ରାନ୍ଧିଥିବା ବ୍ୟଞ୍ଜନଗୁଡିକ ମଧ୍ୟରେ ରହିଛି ଫ୍ରାଏଡ୍ ରାଇସ୍, ଉତପମ୍, କୁକୁଡା ମାଂସ, ଇଙ୍ଗଲି, ମସରୁମ୍ ଟିକ୍କା, ପନିର୍ ଟିକା, ଏଗ୍ ବଲ୍ସ, ସ୍ୟାଣ୍ଡ ଉଇଚ୍, ପାପଡି ଚାଟ୍, ପ୍ୟାନ କେକ୍, ଆପମ୍ ପରି ଅନେକ ଖାଦ୍ୟ ।
ସାନଭୀ ଅଗଷ୍ଟ ୨୯ ତାରିଖରେ ଏହି ରେକର୍ଡ କରିଛନ୍ତି । ଏହି ଦିନ ତାଙ୍କୁ ବୟସ ହୋଇଥିଲା ୧୦ ବର୍ଷ ୬ ମାସ ଓ ୧୨ ଦିନ । ବିଶାଖାପାଟଣା ସ୍ଥିତ ତାଙ୍କ ବାସଭବନରେ ସେ ରୋଷେଇ କରିଥିବା ବେଳେ ଅନଲାଇନରେ ଦେଖିଥିଲେ ଏସିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀମାନେ । ଦୁଇଜଣ ଗେଜେଟେଡ୍ ଅଫିସଙ୍କ ଉପସ୍ଥିତିରେ ସାନଭୀ ଏସବୁ ରୋଷେଇ କରିଥିଲେ । ଆଉ ଏହି ରେକର୍ଡର ଅଧିକାରୀ ହୋଇପାରିଥିଲେ ।
ସାନଭୀଙ୍କ ବାପା ପ୍ରଜିତ ବାବୁ ବାୟୁସେନାରେ ଓି୍ୱଙ୍ଗ କମାଣ୍ଡର ଭାବେ ଅବସ୍ଥାପିତ ଓ ମାଆ ମାଂଜମା ଜଣେ ଗୃହିଣୀ । ତାଙ୍କର ଏହି ରେକର୍ଡ ପରେ ବାପା ମାଆ ଓ ପରିବାରର ଅନ୍ୟମାନେ ବେଶ୍ ଖୁସି ।
ଏ ନେଇ ସାନଭୀ କହିଛନ୍ତି ଯେ, ‘ଏ ଦିଗରେ ପ୍ରେରଣା ମୁଁ ମୋ ମାଆଙ୍କଠାରୁ ପାଇଛି । ବଡ ହୋଇ ମୁଁ ଷ୍ଟାର ସେଫ୍ ହେବି । ଆଉ ରୋଷେଇ ରିଅଲିଟି ସୋରେ ବିଜେତା ହେବା ପାଇଁ ମୋର ଲକ୍ଷ୍ୟ ରହିଛି । ‘
Comments are closed.