Latest Odisha News

ଉତ୍ତରପ୍ରଦେଶରେ ପୁଣି ଗଣବଳତ୍କାର ଆଉ ତାପରେ ପରେ ଆତ୍ମହତ୍ୟା

ଚିତ୍ରକୁଟ: ହାଥ୍ରାସ ମାମଲା ପରେ ମଙ୍ଗଳବାର ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରୁ ଆସିଛି ଆଉ ଗୋଟିଏ ଗଣବଳତ୍କାର ଖବର । ଜଣେ ନାବାଳିକାକୁ ତିନି ଜଣ ପୁରୁଷ ଅପହରଣ କରି ଅନେକ ଘଣ୍ଟା ଧରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି।

ଏହା ପରେ ଝିଅଟି ହାତ ଓ ଗୋଡରେ ବନ୍ଧା ହୋଇ ଏକ ନର୍ସରୀରେ ଛାଡି ଦିଆଯାଇଥିଲା । ମଙ୍ଗଳବାର ଦିନ ଝିଅଟି ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି।

ଏହି ଘଟଣା ଚିତ୍ରକୁଟ କୋଟୱାଲୀ ଅଧୀନରେ ଥିବା କୌମ କା ପୁରଭା ଗ୍ରାମରେ ଘଟିଛି।

ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଅକ୍ଟୋବର ୮ରେ ତିନିଜଣ ବ୍ୟକ୍ତି ତାଙ୍କ ଝିଅ କ୍ଷେତକୁ ଶୌଚ ହେବାକୁ ଯାଇଥିବା ବେଳେ, ତାକୁ ଅପହରଣ କରି ନେଇଥିଲେ ଏବଂ ପରେ ତାଙ୍କୁ ଦୁଇ ଘଣ୍ଟା ଧରି ବଳାତ୍କାର କରିଥିଲେ।

ସେମାନେ ଏହା ମଧ୍ୟ କହିଛନ୍ତି ବଳାତ୍କାରର ଶିକାର ହୋଇଥିବା ଝିଅ ପୋଲିସଙ୍କୁ ଘଟଣା ଅବଗତ କରିବା ଅବସ୍ଥାରେ ମଧ୍ୟ ନଥିଲା । ପୋଷ୍ଟ ମର୍ଟମ ପାଇଁ ପୀଡିତାଙ୍କ ମୃତଦେହ ପଠାଯାଇଛି।

ଚିତ୍ରକୁଟ ଏଏସପି ପ୍ରକାଶ ସ୍ୱରୂପ ପାଣ୍ଡେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ  କହିଛନ୍ତି ଯେ ଜଣେ ଝିଅଟି ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ଘଟଣାର ଅନୁସନ୍ଧାନ ଚାଲିଥିବା ବେଳେ,   ଆତ୍ମହତ୍ୟା ପଛର କାରଣ ଜାଣିବାକୁ ପୋଲିସ ପରିବାର ଲୋକଙ୍କୁ ପଚରାଉଚୁରା ଚଳାଇଛି ।

ପାଣ୍ଡେ ଆହୁରି କହିଛନ୍ତି ଯେ ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଛି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କ ଲିଖିତ ଅଭିଯୋଗକୁ ଆଧାର କରି ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Comments are closed.