Latest Odisha News

BREAKING NEWS

ବ୍ରହ୍ମପୁରରୁ ୭ ଫୁଟ ଲମ୍ବର ସାପ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁରର ରୋଲାଣ୍ଡ କଲେଜର ଲାଞ୍ଜିପାଲି-ଆଙ୍କୁଲି ରୋଡ ସମ୍ମୁଖରୁ ଏକ ୭ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି ।

ସୂଚନାନୁଯାୟୀ ସାପଟିକୁ ଦେଖିବା ପରେ ସ୍ଥାନୀୟ ବାସିନ୍ଦା ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ସ୍ୱାଧୀନ କୁମାର ସାହୁଙ୍କୁ ଜଣାଇଥିଲେ । ପରେ ସେ ସାପଟିକୁ ଉଦ୍ଧାର କରିବା ସହ ବନ ବିଭାଗକୁ ହସ୍ତାନ୍ତର କରିଥିଲେ ।

ତେବେ ସାପଟିକୁ ସୁରକ୍ଷିତ ଭାବେ ସ୍ଥାନୀୟ ଜଙ୍ଗଲରେ ଛାଡିବା ପାଇଁ ବନ ବିଭାଗ ନେଇଥିବା ସୁତ୍ରରୁ ପ୍ରକାଶ ।

 

Leave A Reply

Your email address will not be published.