Latest Odisha News

BREAKING NEWS

ଉଦ୍ୟାନ ବିଭାଗ ପକ୍ଷରୁ ମାଗଣା ମିନି କିଟ୍ ବଣ୍ଟନ

ବୁଗୁଡା :ଓଡ଼ିଶା ସରକାରଙ୍କ ଉଦ୍ୟାନ ବିଭାଗର ନିର୍ଦ୍ଦେଶ କ୍ରମେ କୋଭିଡ-୧୯ ସହାୟତା ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ବୁଗୁଡା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଚାଷୀମାନଙ୍କୁ ମାଗଣା ମିନି କିଟ୍ ପ୍ରଦାନ କରାଯାଉଛି।

ଏହି କାର୍ଯ୍ୟକ୍ରମ ପ୍ରକାରେ ବୁଗୁଡା ବ୍ଲକ ଖୋଳଖାଳି ପାଞ୍ଚାୟତରେ ୭୩ ଜଣ ଚାଷୀଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ବିଭିନ୍ନ ପନିପରିବା ବିହନ ଥିବା ଗୋଟିଏ ଲେଖାଏଁ ମିନି କିଟ୍ ଅକ୍ଟୋବର ୧୫ ତାରିଖ ଦିନ ପ୍ରଦାନ କରାଯାଇଛି।

ବୁଗୁଡା ଉଦ୍ୟାନ ବିଭାଗ ସହକାରୀ ଉଦ୍ୟାନ ଅଧିକାରୀ ଡ଼ି.ସୁଦର୍ଶନ ରାଓ ଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ସମିତି ସଭ୍ୟ ବିବେକାନନ୍ଦ ବାରିକଙ୍କ ଉପସ୍ଥିତ ରେ ୭୩ ଜଣ ଚାଷୀଙ୍କୁ ପନିପରିବା ବିହନ ଥିବା ମିନି କିଟ୍ ବଣ୍ଟନ କରାଯାଇଛି।

Comments are closed.