Latest Odisha News

BREAKING NEWS

ମହିଳା କ୍ରିକେଟର ମାନସୀ ଯୋଶୀଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ପେସ ବୋଲର ମାନସୀ ଯୋଶୀ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ୟୁଏଇରେ ଖେଳାଯିବାକୁ ଥିବା ମହିଳା ଟି୨୦ ଚ୍ୟାଲେଞ୍ଜରେ ସେ ଅଂଶ ଗ୍ରହଣ କରିପାରିବେ ନାହିଁ । ୨୭ ବର୍ଷୀୟ ମାନସୀ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ଡେରାଡୁନରେ କ୍ୱାରେଂଟାଇନରେ ଅଛନ୍ତି ।

ସେ ମିଥାଲୀ ରାଜଙ୍କ ନେତୃତ୍ୱାଧୀନ ଭେଲୋସିଟି ଟିମରେ ସ୍ଥାନ ପାଇଥିଲେ । ତାଙ୍କ ବଦଳରେ ମେଘନା ସିଂଙ୍କୁ ଦଳରେ ସାମିଲ କରାଯାଇଛି । ମାନସୀ ଭାରତ ପକ୍ଷରୁ ୧୧ ଦିନିକିଆ ଓ ୮ ଟି୨୦ ମ୍ୟାଚ ଖେଳିଛନ୍ତ ।

Leave A Reply

Your email address will not be published.