Latest Odisha News

BREAKING NEWS

ଘରେ ଲାଗିଲା ନିଆଁ, ଦୁଇ ମହିଳା ଗୁରୁତର

ଝାରସୁଗୁଡ଼ା: ବ୍ରଜରାଜଗନରରେ ସକାଳୁ ସକାଳୁ ଅଗ୍ନିକାଣ୍ଡ । ଗୋଟିଏ ଘରେ ନିଆଁ ଲାଗିବାରୁ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି ଦୁଇ ଜଣ ମହିଳା । ସେମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି ।

ବ୍ରଜରାଜନଗର ଷ୍ଟେସନପଡ଼ାରେ ଥଏହି ଅଘଟଣ ଘଟିଛି । ଆହତ ଦୁଇ ମହିଳା ହେଉଛନ୍ତି ପ୍ରିୟା ଷୋଷ ଓ ନିଶା ପାତ୍ର । ଆଜି ସକାଳୁ ପ୍ରିୟାଙ୍କ ଘରେ ନିଆଁ ଲାଗିଥିଲା । ପଡ଼ୋଶୀ ନିଶା ନିଆଁ ଲିଭାଇବା କାମରା ସାହାଯ୍ୟ କରିଥିଲେ । ଏଥିରେ ଉଭୟ ପୋଡ଼ି ହୋଇ ଆହତ ହୋଇଛନ୍ତି ।

ଘର ଭିତରେ ଥିବା ଆସବାବପତ୍ର ବି ପୋଡ଼ି ଯାଇଛି । ପୋଲିସ ଓ ସ୍ଥାନୀୟ ଲକୋ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣରୁ ନିଆଁ ଲାଗିଲା ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.