Latest Odisha News

BREAKING NEWS

ଫେବୃଆରୀ ସୁଦ୍ଧା ଅଧା ଭାରତୀୟଙ୍କୁ ହେବ କରୋନା!

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ସୁଦ୍ଧା ୫୦ ପ୍ରତିଶତ ଭାରତୀୟ କରୋନାରେ ଆକ୍ରାନ୍ତ ହେବେ ବୋଲି ଆକଳନ କରାଯାଇଛି । କରୋନା ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟିର ଜଣେ ସଦସ୍ୟ ଏହି ମନ୍ତବ୍ୟ ଦେଇଛନ୍ତି । ଅର୍ଥାତ ଫେବୃଆରୀ ବେଳକୁ ଦେଶର ୫୦% ଲୋକ କରୋନାରେ ଆକ୍ରାନ୍ତ ହୋଇ ସାରିଥିବେ। ସଦସ୍ୟଙ୍କ କହିବା ଅନୁସାରେ,  ୫୦ ପ୍ରତିଶତ ଭାରତୀୟ କରୋନା ସଂକ୍ରମିତ ହେବା ପରେ ଏହା ନିୟନ୍ତ୍ରଣକୁ ଆସିବ ।

ଦେଶରେ ଏବେ ସଂକ୍ରମିତ ୭୫ ଲକ୍ଷ ଟପିଛି । ବିଶେଷଜ୍ଞ କମିଟି ସଦସ୍ୟ ତଥା ଆଇଆଇଟି କାନପୁରର ପ୍ରଫେସର  ମନୀନ୍ଦ୍ର ଅଗ୍ରୱାଲ କହିଛନ୍ତି,  ଆମର ଗାଣିତିକ ହିସାବ ଅନୁସାରେ ଦେଶର ୩୦ ପ୍ରତିଶତ ଲୋକ ଏକ କରୋନା ଭୂତାଣୁ ସଂକ୍ରମିତ ହୋଇସାରିଲାଣି । ଏହି ସଂକ୍ରମିତ ଲୋକଙ୍କଠାରେ  ଆଂଟିବଡି ସୃଷ୍ଟି ହୋଇଛି ।

କମିଟିର  ଆକଳନ କେନ୍ଦ୍ରର ସେରୋଲୋଜିକାଲ ସର୍ଭେର ଆକଳନଠାରୁ ବହୁତ ଅଧିକ । ସେରୋଲୋଜିକାଲ ସର୍ଭେ ଅନୁସାରେ ଏବେ ୧୪ ପ୍ରତିଶତ ଭାରତୀୟ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି ।  ତେବେ ପ୍ୟାନେଲ ସତର୍କ କରଦେଇଛି ଯେ, ଆଗକୁ ଯଦି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆନ ଯାଏ ତେବେ ସଂକ୍ରମଣ ବଢିପାରେ ।

Leave A Reply

Your email address will not be published.