Latest Odisha News

BREAKING NEWS

‘ସୁରଜ୍‌ ପର୍‌ ମଙ୍ଗଲ୍‌ ଭାରୀ’ର ଟ୍ରେଲର୍‌ ରିଲିଜ୍‌

ନୂଆଦିଲ୍ଲୀ: କରୋନା କାଳରେ ବି ଦର୍ଶକ ମନୋରଞ୍ଜନର ଭରପୂର ମଜା ଉଠାଇପାର‌ିବେ। ଦୀର୍ଘ ଦିନ ଧରି ବଡ଼ ତାରକାଙ୍କ ଚଳଚ୍ଚିତ୍ରକୁ ଅପେକ୍ଷା କରିଥିବା ପ୍ରଶଂସକମାନେ ବର୍ତ୍ତମାନ ମନୋରଞ୍ଜନର ବିପୁଳ ପରିମାଣ ପାଇବାକୁ ଯାଉଛନ୍ତି। ଅକ୍ଷୟଙ୍କ ‘ଲକ୍ଷ୍ମୀ ବମ୍’ ଏବଂ ଅଭିଷେକଙ୍କ ‘ଲୁଡୋ’ ପରେ ଏବେ ଅଭିନେତା ଦିଲଜିତ୍‌ ମଧ୍ୟ ତାଙ୍କ ଫିଲ୍ମକୁ ନେଇ ପ୍ରସ୍ତୁତ ଅଛନ୍ତି। ତେବେ ଦିଲ୍‌ଜିତ୍‌ ଏବଂ ମନୋଜ ବାଜପାୟୀଙ୍କ ଅଭିନୀତ ଚଳଚଚ୍ଚିତ୍ର ‘ସୁରଜ୍‌ ପର୍‌ ମଙ୍ଗଲ୍‌ ଭାରୀ’ର‌ ଟ୍ରେଲର୍‌ ରିଲିଜ ହୋଇଛି। ଟ୍ରେଲର୍‌ ରିଲିଜ୍‌ ହେବା ପରେ ଏହା ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।

ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଭିଶଷକ ଶର୍ମା। ଗୋଟିଏ ପଟେ ସୁରଜ (ଦିଲଜିତ୍) ନିଜ ପାଇଁ ଏକ ଆଦର୍ଶ ଝିଅ ଖୋଜୁଥିବାବେଳେ ଅନ୍ୟ ପଟେ ମଙ୍ଗଲ (ମନୋଜ ବାଜପେୟୀ) ଲୋକଙ୍କ ବିବାହ ଭାଙ୍ଗିବାରେ ବିଶ୍ୱାସ କରନ୍ତି। କମେଡି ଥିମ୍‌ ଉପରେ ପର୍ଯ୍ୟବସିତ ଏହି କାହାଣୀରେ ମନୋଜ ଏବଂ ଦିଲ୍‌ଜିତଙ୍କ ଯୋଡ଼ି ଖୁବ୍ ଜମିବ ଏବଂ ଦର୍ଶକ ମଧ୍ୟ ଏହାକୁ ଖୁବ୍‌ ପସନ୍ଦ କରୁଥିବା ଜଣାପଡ଼ୁଛି।

Comments are closed.