Latest Odisha News

BREAKING NEWS

ଇ-କମର୍ସ କମ୍ପାନୀ ମାଲାମାଲ, ଫେଷ୍ଟିଭାଲ୍ ସେଲରେ ୨୨ ହଜାର କୋଟି କାରବାର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଅନଲାଇନ୍ କିଣାବିକାରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ପୂଜା ଫେଷ୍ଟିଭାଲ ସେଲରେ ୬ ଦିନରେ ଇ-କମର୍ସ କମ୍ପାନୀ ୨୨ ହଜାର କୋଟି ଟଙ୍କାର ଜିନିଷ ବିକ୍ରି କରିଛନ୍ତି । ୨୦୧୮ ଓ ୨୦୧୯ ଫେଷ୍ଟିଭାଲ୍ ସେଲ୍ ତୁଳନାରେ ଏବର୍ଷ ଅନଲାଇନରେ ଅଧିକ ବିକ୍ରି ହୋଇଛି ।

ଆମାଜନ୍, ଫ୍ଲିପକାର୍ଟ, ସ୍ନାପଡିଲ୍, ମିନତ୍ରା ଭଳି ଇ-କମର୍ସ କମ୍ପାନୀ ଅକ୍ଟୋବର ୧୬ରୁ ୨୧ ତାରିଖ ଯାଏ ଫେଷ୍ଟିଭାଲ୍ ସେଲ୍ ଆରମ୍ଭ କରିଥିଲେ । ଏହି ୬ ଦିନରେ ଗ୍ରାହକ ୨୨ ହଜାର କୋଟି ଟଙ୍କାର ବେପାର କରିଛନ୍ତି ।

୨୦୧୮ରେ ଫେଷ୍ଟିଭାଲ୍ ସେଲରେ ୧୫ କୋଟି ୪୦ ଲକ୍ଷ ଓ ଗତବର୍ଷ ୧୯ ହଜାର କୋଟି ଟଙ୍କାର କାରବାର ହୋଇଥିଲା । ଫେଷ୍ଟିଭାଲ୍ ସିଜିନ ସେଲ୍ ସମୟରେ ଇ-କମର୍ସ କମ୍ପାନୀ ପାଖକୁ ପ୍ରତି ସେକେଣ୍ଡରେ ଆସିଥାଏ ୧୧୦ଟି ଅର୍ଡର ।

Leave A Reply

Your email address will not be published.