Latest Odisha News

ପ୍ରଥମେ କାହାକୁ ମିଳିବ କରୋନା ଟିକା?: ଚାଲିଛି ତାଲିକା ପ୍ରସ୍ତୁତି

ଭୁବନେଶ୍ୱର: କୋଭିଡ ଟିକା ଦେବା ପାଇଁ ତାଲିକା ପ୍ରସ୍ତୁତ କରିବାକୁ ଚିଠି ଆସିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଇଏମଏ ସଭାପତି ଡାକ୍ତର ମାଗୁଣି ବେହେରା କହିଛନ୍ତି ଯେ, କୋଭିଡ ଟିକା ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଦୁଇ ଦିନ ତଳେ ଚିଠି ଆସିଛି ।

୨୯ ଅକ୍ଟୋବର ସୁଦ୍ଧା ତାଲିକା ଦେବାକୁ ହେବ । ହାତରେ କମ ସମୟ । ଏହି ସପ୍ତାହରେ କାଯ ର୍୍ୟକାରିଣୀ ବୈଠକ ଡକାଯାଇ କେଉଁ ପ୍ରକ୍ରିୟାରେ ତାଲିକା ପ୍ରସ୍ତୁତ ହେବ ସେନେଇ ଆଲୋଚନା କରାଯିବ ।

ସେ କହିଛନ୍ତି , ଖୁବ ଶୀଘ୍ର ୪ଟି ଟିକା ଆସିବ । ହେଲେ ପୁରା ରାଜ୍ୟକୁ ଦେଲେ ୨ ବର୍ଷ ଲାଗିଯିବ । କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପ୍ରଥମେ ଟିକା ନେବା ଉଚିତ । କାହାକୁ ପ୍ରଥମ ପର୍ଯ୍ୟାୟରେ ଏବଂ କାହାକୁ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ଦିଆଯିବ ସେନେଇ ତାଲିକା ପ୍ରସ୍ତୁତ ହେବ ।

Leave A Reply

Your email address will not be published.