Latest Odisha News

BREAKING NEWS

ହାଥରସ ବଳାତ୍କାର କେସର ତଦନ୍ତ କରୁଥିବା ଡିଜିପି ପତ୍ନୀଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଉତରପ୍ରଦେଶ ବହୁଚର୍ଚ୍ଚିତ ହାଥରସ ଗଣବଳାତ୍କାର କେସର ତଦନ୍ତ କରୁଥିବା ଡିଜିପି ଚନ୍ଦ୍ର ପ୍ରକାଶଙ୍କୁ ଶନିବାର ଶକ୍ତ ଧକ୍କା ଲାଗିଛି । ଲକ୍ଷ୍ନୌରେ ତାଙ୍କ ପତ୍ନୀ ପୁଷ୍ପା ଆତ୍ମହତ୍ୟା କରିଛନ୍ତି । ସକାଳେ ଘଟଣା ଜଣାପଡିବା ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ ।

ଚନ୍ଦ୍ରପ୍ରକାଶ ଗଲ୍ଫ ସିଟି ଅଂଚଳରେ ରହୁନ୍ତି । ଆତ୍ମହତ୍ୟା ପୂର୍ବରୁ ସେ ଚନ୍ଦ୍ରପ୍ରକାଶଙ୍କୁ ଫୋନ କରି କହିଥିଲେ । ତୁମେ ତୁମ ଜୀବନ ଖୁସିର ଅତିବାହିତ କର । ଫୋନ ରିସିଭ କରିବା ପରେ ସେ ସଙ୍ଗେ ସଙ୍ଗେ ଘରକୁ ଫେରିଥିଲେ ମାତ୍ର ସବୁ କିଛି ଶେଷ ହୋଇ ଯାଇଥିଲା ।

Leave A Reply

Your email address will not be published.