Latest Odisha News

ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ନୂତନ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଥିବା ଶକ୍ତିକାନ୍ତ ଦାସଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଟ୍ୱିଟର ପୃଷ୍ଠାରେ ଉଲ୍ଲେଖ କରିଛନ୍ତି “ ଶକ୍ତିକାନ୍ତଙ୍କ ଅଭିଜ୍ଞତା ତଥା ଦକ୍ଷତା ଆରବିଆଇ ଓ ଦେଶର ଅର୍ଥ ବ୍ୟବସ୍ଥାକୁ ଏକ ଉଚ୍ଚସ୍ତରକୁ ଆଗେଇ ନେବ । ପ୍ରଥମ ଓଡ଼ିଆ ବ୍ୟକ୍ତି ଭାବେ ଏହି ପଦବୀରେ ଶକ୍ତିକାନ୍ତଙ୍କ ନିଯୁକ୍ତି ସମସ୍ତ ଓଡ଼ିଆ ଲୋକମାନଙ୍କ ପାଇଁ ଗର୍ବର ବିଷୟ ବୋଲି” ଅଭିବାଦନ ସହ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ ।

Leave A Reply

Your email address will not be published.