Latest Odisha News

BREAKING NEWS

କ୍ରମାଗତ ଦ୍ୱିତୀୟ ଦିନରେ ରାଜ୍ୟରେ ୧୭ ଶହ ତଳକୁ ଖସିଲା କୋଭିଡ୍ ପଜିଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ମିଟର ଖସୁଛି । କ୍ରମାଗତ ଦ୍ୱିତୀୟ ଦିନରେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୧୭ ଶହରୁ କମ୍ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ହଜାର ୬୩୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୯୫୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୭୮ଟି । ଏହାକୁ ମିଶାଇ ମୋଟ୍ ପଜିଟିଭ୍ କେସ୍ ୨ ଲକ୍ଷ ୮୧ ହଜାର ୨୧୫କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରେ କମୁଛି କେସ୍ । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ସର୍ବାଧିକ ୧୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୩୨, ସୁନ୍ଦରଗଡ଼ରୁ ୧୦୬, କେନ୍ଦ୍ରାପଡ଼ାରୁ ୧୦୫, ଅନୁଗୋଳରେ ସଂକ୍ରମିତ ହୋଇଛନ୍ତି ଆଉ ଶହେ ଜଣ । ବାକି ସମସ୍ତ ଜିଲ୍ଲାରୁ ଶହେରୁ କମ୍ ପଜିଟିଭ୍ କେସ୍ ବାହାରିଛି ।

ଆଶ୍ୱସ୍ତିକର ଖବର ହେଉଛି, ଦୈନିକ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସୁସ୍ଥ ହେଲେଣି ୨ ଲକ୍ଷ ୬୨ ହଜାର ୩୧ ଭୂତାଣୁ ସଂକ୍ରମିତ । ୧୭ ହଜାର ୮୮୬ଟି ଆକ୍ଟିଭ୍ କେସ୍ ରହିଛି ।

Comments are closed.