Latest Odisha News

କାଲି କଟକଣା ଭିତରେ ହେବ ଗୋଷାଣୀ ଭସାଣ

ପୁରୀ: ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ କରୋନା କଟକଣା ଭିତରେ ହେବ ଗୋଷାଣୀ ଭୁସାଣ ଉତ୍ସବ । ଏଥିପାଇଁ ଆସନ୍ତାକାଲି ଦିନ ୧୦ରୁ ମରଚିକୋଟ ଛକଠାରୁ ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ କରାଯିବ । ଏଥିସହ ଭସାଣ ସମୟରେ ଗୋଷାଣୀଙ୍କ ସହ ମାତ୍ର ୭ ଜଣଙ୍କୁ ଅନୁମତି ଦେଇଛି ପ୍ରଶାସନ।

ସେମାନଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବ। ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି ଓ ଆଖଡା ଦ୍ୱାରା ହେଉଥିବା ୪୦ରୁ ଅଧିକ ଗୋଷାଣୀ ସିଂହଦ୍ୱାରକୁ ଭସାଣ ଆସିବ। ଏହି ଶୋଭାଯାତ୍ରା ସମୟରେ ବାଜା ବାଜିବନି କି ଆଲୋକମାଳା ଲାଗିବନି, ଏଭଳି କି ବଡଦାଣ୍ଡକୁ କେହି ଆସିବେ ନାହିଁ।

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ କୋଭିଡ କଟକଣାକୁ ପାଳନ କରାଯାଇ ଭାସାଣ କରାଯିବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି।

 

Leave A Reply

Your email address will not be published.