Latest Odisha News

BREAKING NEWS

ଶ୍ରୀକାନ୍ତ ଜେନାଙ୍କ ଭାଗ୍ୟ ନିର୍ଣ୍ଣୟ କରିବ ଏଆଇସିସି: ହେମାନନ୍ଦ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ଶୃଙ୍ଖଳାଗତ କମିଟି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ଉପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାର ନିଷ୍ପତ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଉପରେ ଛାଡ଼ିଦେଇଛି ।

ଓପିସିସି ଶୃଙ୍ଖଳାଗତ କମିଟିର ବୈଠକ ପରେ ଏହାର ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆଜିର ଏହି ବୈଠକରେ ଶ୍ରୀକାନ୍ତ ଜେନାଙ୍କ ବିଶୃଙ୍ଖଳିତ ଆଚରଣ ସମ୍ପର୍କରେ ଆଲୋଚନା ହୋଇଥିଲା ।

“ଶୃଙ୍ଖଳାଗତ କମିଟିର ସମସ୍ତ ସଦସ୍ୟମାନଙ୍କର ମତ ସହିତ ଏକ ପତ୍ର ଏଆଇସିସିକୁ ପଠାଇଦିଆଯିବ । ଯେହେତୁ ଶ୍ରୀକାନ୍ତ ଜେନା ଏଆଇସିସିର ସଦସ୍ୟ ରହିଛନ୍ତି, ତେଣୁ ତାଙ୍କ ଉପରେ ହେବାକୁ ଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏହି ପତ୍ର ଉପରେ ନିର୍ଭର କରୁଛି,” ବୋଲି ଶୃଙ୍ଖଳାଗତ କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ କହିଛନ୍ତି ।

ଓପିସିସିର ଇସ୍ତାହାର କମିଟିର ଅଧ୍ୟକ୍ଷ ପଦବୀରୁ ଡ଼ିସେମ୍ବର ୬ ତାରିଖ ଦିନ ଏଆଇସିସି ଶ୍ରୀକାନ୍ତ ଜେନାଙ୍କୁ ହଟାଇ ତାଙ୍କ ସ୍ଥାନରେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କୁ ନିଯୁକ୍ତ କରିଥିଲେ ।

Leave A Reply

Your email address will not be published.