Latest Odisha News

BREAKING NEWS

ସିଙ୍ଗଲ୍‌ ମେଲ୍‌ ପ୍ୟାରେଣ୍ଟ୍‌ଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ଶିଶୁଙ୍କ ଯତ୍ନ ପାଇଁ ପୁରୁଷ କର୍ମଚାରୀଙ୍କୁ ବି ମିଳିବ ଛୁଟି

ନୂଆଦିଲ୍ଲୀ: ସିଙ୍ଗଲ୍‌ ମେଲ୍‌ ପ୍ୟାରେଣ୍ଟ୍ ଥିବା ସରକାରୀ କର୍ମଚାରୀଙ୍କ ସ୍ୱାର୍ଥରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ସରକାରୀ ପୁରୁଷ କର୍ମଚାରୀମାନେ ପିଲାମାନଙ୍କର ଯତ୍ନ ସହ ଜଡିତ ଛୁଟି ନେବାକୁ ଯୋଗ୍ୟ। ଛାଡପତ୍ର ନେଇଥିବେ କିମ୍ବା ଅବିବାହିତ ଥିବା ଏବଂ ପତ୍ନୀଙ୍କ ମୃତ୍ୟୁ ପରେ ଏକାକୀ ରହୁଥିବା ପୁରୁଷ କର୍ମଚାରୀ ଏହି ବର୍ଗରେ ଅନ୍ତର୍ଭୁକ୍ତ ହୋଇପାରିବେ।

ଏହି ପଦକ୍ଷେପକୁ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ବୋଲି ବର୍ଣ୍ଣନା କରି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ କିଛି ସମୟ ପୂର୍ବରୁ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା, କିନ୍ତୁ କେତେକ କାରଣରୁ ଏହାକୁ କାର୍ଯ୍ୟକାରୀ କରାଯାଇପାରି ନଥିଲା।
ସେ ଆହୁରି କହିଛନ୍ତି ଯେ ଶିଶୁ ଯତ୍ନ ସହ ଜଡିତ କୌଣସି କର୍ମଚାରୀ ଦକ୍ଷ ଅଧିକାରୀଙ୍କ ପୂର୍ବ ଅନୁମୋଦନ କ୍ରମେ ଛୁଟି ନେଇପାରିବେ। ସେ କହିଛନ୍ତି ଯେ ପ୍ରଥମ ବର୍ଷ କର୍ମଚାରୀ ୧୦୦ ପ୍ରତିଶତ ଛୁଟି ବେତନ ଭାବରେ ‘ଚାଇଲ୍ଡ କେୟାର ଲିଭ୍‌’ ବ୍ୟବହାର କରିପାରିବେ। ଆସନ୍ତା ବର୍ଷ ଠାରୁ ଏହାକୁ ୮୫ ପ୍ରତିଶତ ଛୁଟି ବେତନ ଭାବରେ ଏହାକୁ ବ୍ୟବହାର କରିପାରିବେ।
ଅନ୍ୟ ଏକ ପରିବର୍ତ୍ତନ ବିଷୟରେ ସୂଚନା ଦେଇ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଭିନ୍ନକ୍ଷମ ପିଲାମାନଙ୍କ କ୍ଷେତ୍ରରେ ୨୨ ବର୍ଷ ବୟସ ପର୍ଯ୍ୟନ୍ତ ‘ଚାଇଲ୍ଡ କେୟାର ଲିଭ୍‌’ ପ୍ରଦାନ କରିବାର ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଏହା ସହିତ ବର୍ତ୍ତମାନ ସରକାରୀ କର୍ମଚାରୀଙ୍କୁ ଯେକୌଣସି ବୟସର ଭିନ୍ନକ୍ଷମ ପିଲାଙ୍କ ପାଇଁ ‘ଚାଇଲ୍ଡ କେୟାର ଲିଭ୍‌’ ମିଳିପାରିବ।

Comments are closed.