Latest Odisha News

BREAKING NEWS

ମଲାଇକା-ଅର୍ଜୁନଙ୍କ ପ୍ରେମର ସାଇଡ଼ ଇଫେକ୍ଟ: ସଲମାନ ଓ ବୋନିଙ୍କ ସମ୍ପର୍କରେ ଆସିଲା ଫାଟ

ମୁମ୍ବାଇ: ବିଗତ କିଛିଦିନ ଧରି ବି-ଟାଉନରେ ଚର୍ଚ୍ଚାର ବିଷୟ ସାଜିଥିବା ହ୍ୟାଣ୍ଡସମ ହଙ୍କ ଅର୍ଜୁନ କପୁର ଓ ହଟ୍ ମମ ମଲାଇକା ଆରୋରାଙ୍କ ଲଭଷ୍ଟୋରୀକୁ ଖୁବଶୀଘ୍ର ମିଳିପାରେ ଏକ ପରିଚୟ । ଲାକମି ଫ୍ୟାଶନ ୱକ୍ ରେ ଦୁହେଁ ଏକାଠି ବସିଥିବାର ନଜର ଆସିଥିଲେ।

ସେମାନଙ୍କ ସମ୍ପର୍କ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଲଭବାର୍ଡ ଙ୍କ ବିବାହର ଖବର ବଲିଉଡରେ ସୃଷ୍ଟି କରିଛି ବିସ୍ଫୋରଣ। ଅର୍ଜୁନ କପୁର ଏବଂ ମଲାଇକା ଆରୋରା ଅନେକ ଥର ସେମାନଙ୍କର ପ୍ରେମକୁ ଲୋକ ଲୋଚନକୁ ଆଣିଛନ୍ତି।

ରୋମାଣ୍ଟିକ କ୍ୟାପସନ ସହ ହାତରେ ହାତ ରଖି ଏହି ଲଭବାର୍ଡଙ୍କ ଫୋଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ତେବେ ପ୍ରଶଂସକଙ୍କର ଏବେ ଗୋଟିଏ ପ୍ରଶ୍ନ କେବେ ଏମାନେ ବିବାହ ବନ୍ଧନରେ ବାନ୍ଧି ହେବେ।

କେବଳ ପ୍ରଶଂସକ ନୁହଁନ୍ତି, ଗଣମାଧ୍ୟମ ମଧ୍ୟ ଏହି ବହୁ ପ୍ରତୀକ୍ଷିତ ବିବାହର ଫୋଟୋକୁ କ୍ୟାପଚର କରିବାକୁ ଦିନ ଗଣୁଛନ୍ତି। ମାତ୍ର ଏହି କପୁଲ ବିବାହର କଥାକୁ ସର୍ବଦା ଏଡାଇ ଆସୁଛନ୍ତି। କିନ୍ତୁ ରିପୋର୍ଟ ଅନୁଯାୟୀ ଏମାନେ ଖୁବ ଶୀଘ୍ର ବିବାହ କରୁଥିବା ଶୁଣିବାକୁ ମିଳୁଛି।

ଖବର ଅନୁଯାୟୀ, ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅରବାଜଙ୍କ ସହ ମଲାଇକା ତାଙ୍କର ୧୭ ବର୍ଷର ବିବାହକୁ ସମାପ୍ତ କରିବାର ଅନ୍ୟତମ କାରଣ ଥିଲା ଅର୍ଜୁନଙ୍କ ସହ ତାଙ୍କର ଏହି ସମ୍ପର୍କ। ଏହା କେବଳ ଅରବାଜଙ୍କୁ  କଷ୍ଟ ଦେଇଛି ତାହା ନୁହେଁ ବରଂ ସଲମାନ ଖାନଙ୍କୁ ମଧ୍ୟ ଅସନ୍ତୋଷ କରିଛି ଏପରିକି ଅର୍ଜୁନଙ୍କ ପିତା ବୋନି କପୁର ମଧ୍ୟ ଏଥିରେ ସନ୍ତୁଷ୍ଟ ନଥିବା ଜଣାପଡିଛି।

୨୦୧୮ ରେ ମୁମ୍ବାଇର ଲାକମି ଫ୍ୟାଶନ ୱକର ଚତୁର୍ଥ ଦିନରେ ଅର୍ଜୁନ ଏବଂ ମଲାଇକା ଆଗ ଧାଡିରେ ଜାନଭୀ କପୁରଙ୍କ ସହ ପରସ୍ପର ପାଖରେ ବସିଥିବାର ଦେଖିବାକୁ ମିଳିଥିଲା। ଡିଜାଇନର୍ କୁନାଲ ରାୱଲଙ୍କ ସୋ ପାଇଁ ଏହି ଯୋଡି ସେଠାରେ ଉପସ୍ଥିତ ଥିଲେ ।

ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ତାଙ୍କ ସହ ଅତି ନିକଟତର ଥିବା ଅର୍ଜୁନଙ୍କ ପରାମର୍ଶଦାତା ସଲମାନ ତାଙ୍କ ପୂର୍ବତନ ଭାଉଜ ମଲାଇକାଙ୍କ ସହ ତାଙ୍କର ଘନିଷ୍ଠତାା ଥିବା କାରଣରୁ ଅର୍ଜୁନଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ।

ଆହୁରି ମଧ୍ୟ ସଲମାନ ଅର୍ଜୁନଙ୍କୁ କୌଣସି ଚଳଚ୍ଚିତ୍ରରେ କାମ ନଦେବାକୁ ଫିଲ୍ମ ନିର୍ମାତାମାନଙ୍କୁ କହିଆସୁଥିବା ସୂତ୍ରରୁ ପ୍ରକାଶ।

ଅନ୍ୟପଟେ ଅର୍ଜୁନଙ୍କ ବାପା ବୋନି ଓ ସଲମାନ ଘନିଷ୍ଠ ବନ୍ଧୁ ଥିବା ବେଳେ ଏହି ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହେବା ଆରମ୍ଭ ହେଲାଣି। ତେଣୁ ବାପା ବୋନି ମଧ୍ୟ ତାଙ୍କ ପୁଅକୁ ମଲାଇକାଙ୍କ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଉଥିବା ବି-ଟାଉନରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.