Latest Odisha News

BREAKING NEWS

‘ମନ ମୋର କାଗଜଗୁଡି’ର ମହୁରତ୍‌

ସୁମିତ୍ରା ଏଣ୍ଟରଟେନମେଣ୍ଟ ନିବେଦିତ ଓଡିଆ ଚଳଚ୍ଚିତ୍ର ‘ମନ ମୋର କାଗଜଗୁଡି’ର ମହୁରତ ହୋଇଯାଇଛି । ନିକୋପାର୍କ ନିକଟସ୍ଥ ସୁନାଦେଇ ମନ୍ଦିରରେ ଆୟୋଜିତ ଏହି ମହୁରତ ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମହୁରତ କ୍ଲାପ ଦେଇ ଚଳଚ୍ଚିତ୍ରର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ସହିତ ଟାଇଟଲ୍ ଉନ୍ମୋଚିତ କରିଥିଲେ ।

ଅଭିନେତା ରାକେଶ ଓ ଅଭିନେତ୍ରୀ ଭୂମିକାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଦେବଜ୍ୟୋତି ପାତ୍ର (ଦୀପୁ) । ରାକେଶ ଓ ଭୂମିକା ଯୋଡିର ଏହା ପ୍ରଥମ ଚଳଚ୍ଚିତ୍ର । ଅନ୍ୟାନ୍ୟ ଭୂମିକାରେ ପ୍ରୀତିରାଜ ଶତପଥୀ, ଐଶ୍ୱର୍ଯ୍ୟା ବେହେରା, ମମତା ଦାଶ, ବୀରେନ୍ ମିଶ୍ର, ଗୁଡୁ, ଜ୍ଞାନ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ଯୁବ ଉଦ୍ୟୋଗୀ ଶିବିର ପରିଡା ଓ ଲକ୍ଷ୍ମୀପ୍ରିୟା ପରିଡାଙ୍କ ପ୍ରଯୋଜନାରେ ନିର୍ମିତ ‘ମନ ମୋର କାଗଜ ଗୁଡି’ର ସହ ପ୍ରଯୋଜକ ଅଛନ୍ତି ବିବେକାନନ୍ଦ ବାରିକ ଓ ପାର୍ବତୀ ବାରିକ । ସଙ୍ଗୀତ ଦେଇଛନ୍ତି ଜାପାନୀ ଭାଇ । ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ ଓ ସୁବ୍ରତ ସ୍ୱାଇଁ । ଦିବ୍ୟସିଂହ ରାୟଙ୍କ ରଚିତ କାହାଣୀରେ ସଂଳାପ ଦେଇଛନ୍ତି ମାନସ ପଢିଆରୀ । ସୋମିଓ ସିନେମାଟୋଗ୍ରାଫର ଥିବା ବେଳେ ମୁଖ୍ୟ ସହକାରୀ ନିର୍ଦ୍ଦେଶକ ଓ ସହକାରୀ ନିର୍ଦ୍ଦେଶକ ଅଛନ୍ତି ସ୍ୱାଗତ ପାତ୍ର ଏବଂ ଜୁନିୟର ସିଦ୍ଧାନ୍ତ । ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱ ବହନ କରିଛନ୍ତି ‘ବେଷ୍ଟ ଆଇଡିଆଜ୍‌’ ।

‘ମନ ମୋର କାଗଜ ଗୁଡି’ ଶୀର୍ଷକରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଧରଣର । ଏହା ସାମ୍ପ୍ରତିକ ସମସ୍ୟା ଉପରେ ଏହା ଆଧାରିତ । ବିଭିନ୍ନ ପ୍ରକାର ଚାପର ଶିକାର ହୋଇ ଯୁବ ପିଢି କିପରି ଅବାଟରେ ପାଦ ରଖୁଛନ୍ତି ଓ ନିଶା କବଳରେ କବଳିତ ହେଉଛନ୍ତି, ତାର ନଜିର ରହିଛି ଏଥିରେ । ବାଟବଣା ଯୁବ ବର୍ଗଙ୍କୁ ବାଟକୁ ଆଣିବାକୁ ସୁମିତ୍ରା ଏଂଟରଟେନ୍ ମେଂଟ୍‌ର ଏ ପ୍ରୟାସ । କାହାଣୀରେ ମନୋରଞ୍ଜନର ଭରପୂର ମସଲା ରହିଛି । ସବୁ ବର୍ଗର ଦର୍ଶକଙ୍କୁ ଏହା ପସନ୍ଦ ଆସିବ ବୋଲି ଆଶା ରହିଛି ।

ମହୁରତ ଉତ୍ସବରେ ଏହାର ସମସ୍ତ କଳାକାର ଓ ଟେକ୍ନିସିଆନଙ୍କ ସମେତ ଓଲିଉଡର ସହ ସମ୍ପୃକ୍ତ ବହୁ ନାମୀଦାମୀ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ନଭେମ୍ବର ୧୩ ତାରିଖରେ ‘ମନମୋର କାଗଜଗୁଡି’ ଫ୍ଲୋରକୁ ଆସିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.