Latest Odisha News

କିଏ ବନାଇଛି ଆରୋଗ୍ୟ ସେତୁ ଆପ୍‌? ଜବାବ ରଖିଲେ ସରକାର

ନୂଆଦିଲ୍ଲୀ: ଆରୋଗ୍ୟ ସେତୁ ଆପର ନିର୍ମାଣକୁ ନେଇ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ର ଆକ୍ଷେପ ପରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ରଖିଛନ୍ତି ।

ସରକାରଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରୀୟ ସୂଚନା-ବିଜ୍ଞାନ କେନ୍ଦ୍ର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (ଏନଆଇସି) ପକ୍ଷରୁ ଘରୋଇ କମ୍ପାନୀ ସହଯୋଗରେ ଆରୋଗ୍ୟ ସେତୁ ଆପ୍ ନିର୍ମାଣ କରାଯାଇଛି ।

ତେବେ ପୂର୍ବରୁ ଆପର ଡେଭଲପମେଣ୍ଟକୁ ନେଇ ସ୍ପଷ୍ଟ ସୂଚନା ନଥିବା ଯୋଗୁଁ ସିଆଇସି ସମସ୍ତ ଚିଫ୍ ପବ୍ଲିକ୍ ଇନଫର୍ମମେସନ୍ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ବୋଲି ସୁତ୍ରରୁ ପ୍ରକାଶ । ଯାହା ପରେ ସରକାରଙ୍କ ପକ୍ଷରୁ ଏହି ଜବାବ ରଖାଯାଇଥିଲା ।

Comments are closed.