Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ: ଟସ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥଠାରେ ୨ୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୧ମ ଇନିଂସରେ ସୁନ୍ଦର ବ୍ୟାଟିଂ ଆରମ୍ଭ କରିଛି ।

ଅଷ୍ଟ୍ରେଲିଆ ଦଳ ୨୬ ଓଭର ଖେଳ ଶେଷ ସୁଦ୍ଧା କୌଣସି ୱିକେଟ ନ’ହରାଇ ୬୬ ରନ ସ୍କୋର କରି ବ୍ୟାଟିଂ ମୂଳଦୁଆ ମଜବୁତ କରିବାକୁ ଚେଷ୍ଟା କରୁଛି ।

ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପନର୍ ଆରୋନ ଫିଞ୍ଚ ୨୮ ରନ୍ ଏବଂ ମାର୍କସ ହାରିସ୍ ୩୬ ରନ କରି ଖେଳୁଛନ୍ତି ।

ଭାରତ ପକ୍ଷରୁ ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ପୃଥିବୀ ଶ’ ଆହତ ଜନିତ କାରଣରୁ ଖେଳୁନାହାନ୍ତି । ତେବେ ଏହି ଟେଷ୍ଟରେ ବିରାଟ ବାହିନୀର ବୋଲିଂ ସମୂର୍ଣ୍ଣ ଭାବେ ଯସପ୍ରିତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି ଏବଂ ଉମେଶ ଯାଦବଙ୍କ ଉପରେ ନିର୍ଭର କରିବ । ଅଫବ୍ରେକ ବୋଲର୍ ହନୁମା ବିହାରୀ ସ୍ପିନ୍ ବୋଲିଂ ସମ୍ଭାଳିବେ । ଭାରତୀୟ ଦଳରେ ଆନ୍ଧ୍ରପ୍ରଦେଶର ଅଲରାଉଣ୍ଡର୍ ହନୁମା ବିହାରୀଙ୍କୁ ଦଳରେ ଅନ୍ତଭୃକ୍ତ କରାଯାଇଛି ।

ପର୍ଥ ଟେଷ୍ଟ ଲାଗି ଚୂଡ଼ାନ୍ତ ଭାରତୀୟ ଦଳ: କେ ଏଲ ରାହୁଲ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ବିରାଟ କୋହଲୀ (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଷଭ ପନ୍ଥ (ଓିକେଟ ରକ୍ଷକ), ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ ଓ ଯଶପ୍ରିତ ବୁମରା ।

Leave A Reply

Your email address will not be published.