Latest Odisha News

BREAKING NEWS

‘ମା’ ତୁଝେ ସଲାମ’ ଗାଇ ଧମାଲ କଲେ ୪ ବର୍ଷୀୟ କୁନି ଝିଅ

ମିଜୋରାମର ୪ ବର୍ଷୀୟ କୁନି ଝିଅ ଏସ୍ତେର ହମତେ ଏ ଆର୍ ରେହମାନଙ୍କ ପପୁରାଲ ଗୀତ ‘ମା’ ତୁଝେ ସଲାମ’ ଗାଇ ସୋସିଆଲ୍ ମିଡିଆରେ ଖୁବ୍ ଲୋକପ୍ରିୟ ହେବାରେ ଲାଗିଛନ୍ତି ।

ଭଲଭାବେ କଥା କହି ପାରୁନଥିବା ଏହି କୁନି ଝିଅ କିନ୍ତୁ ‘ମା’ ତୁଝେ ସଲାମ’ର ପ୍ରତ୍ୟେକ ନୋଟକୁ ଠିକ୍ ଭାବେ ଧରିଥିବା ଦେଖିବାକୁ ମିଳୁଛି ।

ଏପରିକି ୟୁଜର୍ସ ମାନେ ତାଙ୍କ ଭିଡିଓକୁ ଖୁବ୍ ଶେୟାର କରୁଥିବା ସହ ଏ ଆର ରେହମାନଙ୍କୁ ଟ୍ୟାଗ୍ ମଧ୍ୟ କରୁଥିବା ନଜର ଆସୁଛି ।

ଭାରତୀୟ ପତାକା ସହ ‘ମା’ ତୁଝେ ସଲାମ’ ଗୀତ ଗାଉଥିବା ଏସ୍ତେର ମିଜୋ, ଇଂରାଜୀ ଓ ହିନ୍ଦୀ ଭଳି ଗୀତ ଗାଇଥାନ୍ତି । ଏପରିକି ତାଙ୍କ ନିଜସ୍ୱ ୟୁଟ୍ୟୁବ୍ ଚାନେଲ୍ ବି ରହିଛି ।

Leave A Reply

Your email address will not be published.