Latest Odisha News

BREAKING NEWS

କାର୍ତ୍ତିକ ମାସ ପୂର୍ବରୁ ଆକାଶ ଛୁଆଁ ପରିବା ଦର; ହାଣ୍ଡିଶାଳ ପ୍ରଭାବିତ

ବେଗୁନିଆପଡା: ପରିବା ଦର ଆକାଶ ଛୁଆଁ ହେବାରେ ଲାଗିଛି। ଯେଉଁ ପରିବାରେ ହାତ ମାରିବେ ତାହାର ଦର ୫୦ଟଙ୍କା ଉପରେ ରହିଛି।

ଆଗକୁ କାର୍ତ୍ତିକ ମାସ ଓ ପଞ୍ଚୁକ ଆସୁଥିବାରୁ ବହୁ ଘରେ ନିରାମିଷ ଭୋଜନ ପାଇଁ ପରିବା ନିହାତି ଆବଶ୍ୟକ ଥିବା ବେଳେ, ପରିବା ଦରରେ ଅହେତୁକ ବୃଦ୍ଧି ଖାଉଟିଙ୍କ ପେଟରେ ଲାତ ମାରୁଛି।

ବେଗୁନିଆପଡା ବ୍ଲକ ଆଖ ପାଖ ଅଞ୍ଚଳ ବାସୀ ଏହି ମାର୍କେଟ ଉପରେ ନିର୍ଭର କରୁଥିଲା ବେଳେ ଗ୍ରାହକ ପରିବା ଦର ଶୁଣି ମୁହଁ ଫେରାଇ ନେଉଛନ୍ତି।

ପୂର୍ବରୁ ଗ୍ରାହକ କିଲୋ ହିସାବରେ ପରିବା ନେଉଥିଲା ବେଳେ ଏବେ ଅଧା କିଲୋ ପରିବା ବି କିଣିବାକୁ ଭୟ କରୁଛନ୍ତି। ଗରିବର ପଖାଳ କଂସାର ସାଥି ପିଆଜ ମଧ୍ୟ ଆକାଶ ଛୁଆଁ ଦର, ଯାହା ଫଳରେ କିଛି ଗ୍ରାହକ ୨୫୦ଗ୍ରାମ ପିଆଜ କିଣି ନାମକୁ ମାତ୍ର ଘରକୁ ନେଉଛନ୍ତି।

ଆଳୁ କେଜି ୩୦ରୁ ଉର୍ଦ୍ଧ, ପିଆଜ ୬୦ ଟଙ୍କା, କଲରା ୬୦, ପୋଟଳ ୬୦, ଟମାଟ ୪୦ରୁ ୫୦, ବାଇଗଣ ୫୦, କୋବି ୫୦ ଟଙ୍କା ଲେଖାଏଁ ରହୁଛି।

ବ୍ୟବସାୟୀଙ୍କ ମତରେ ଗୋଦାମରୁ ଯେହେତୁ ଆମେ ଚଢା ଦରରେ କିଣୁଛୁ ସେଥିପାଇଁ ପନିପରିବା ଦରରେ ବୃଦ୍ଧି ଘଟୁଛି। ଏପରିକି ଯେଉଁ ପରିମାଣରେ ପରିବା ଆସୁଥିଲା ସେହି ମାତ୍ରାରେ ପନିପରିବା ବର୍ତମାନ ଆସିବା ସମ୍ଭବ ହେଉନି ବୋଲି କିଛି ବ୍ୟବସାୟୀ ମତ ରଖିଛନ୍ତି।

 

Leave A Reply

Your email address will not be published.