Latest Odisha News

BREAKING NEWS

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ହାତେଇଲେ ଅଶୋକ ଗେହଲଟ, ସଚିନ୍ ହେଲେ ଉପ-ମୁଖ୍ୟମନ୍ତ୍ରୀ

ଜୟପୁର : ବହୁ ବାଦ ବିବାଦ ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ହାତେଇଲେ ବରିଷ୍ଠ ନେତା ଅଶୋକ ଗେହଲଟ । ଯୁବ ନେତା ତଥା ଲୋକପ୍ରିୟ ଯୁବନେତା ସଚିନ ପାଇଲଟ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି ।

ଏନେଇ ଆଜି ଏଆଇସିସି କାର୍ଯ୍ୟାଳୟ ଠାରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ଏବଂ ରାଜସ୍ଥାନ ପର୍ଯ୍ୟବେକ୍ଷକ କେସି ଭେନୁଗୋପାଳ ଆୟୋଜିତ ସମ୍ମିଳୀରେ ପ୍ରକାଶ କରିଛନ୍ତି ।

ଏହି ଅବସରରେ ଯୁବ ନେତା ସଚିନ ପାଇଲଟ୍ କହିଛନ୍ତି “ ରାଜସ୍ଥାନରେ ମୋର ଏବଂ ଅଶୋକ ଗେହଲଟଙ୍କ ଯାଦୁ ଚାଲିଲା, ଏବେ ଆମେ ସରକାର ବନାଇବାକୁ ଯାଉଛୁ । ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ମୁଁ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଉଛି” ।

ବିଗତ ଦୁଇଦିନ ହେବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଗେହଲଟ ଓ ସଚିନଙ୍କ ସମର୍ଥକ ମାନେ ଦାବି କରିଆସୁଥିଲେ। ସମର୍ଥକମାନେ ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦାବିରେ ଏକପ୍ରକାର ଅଡି ବସିଥିଲେ । ଆହୁରିମଧ୍ୟ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ରାସ୍ତାରୋକ ଓ ପୋଡାଜଳା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା ।

ଉଲ୍ଲେଖଯୋଗ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସ ଆଶ୍ଚର୍ଯ୍ୟଜନକ ଭାବେ ଏକକ ସଂଖ୍ୟା ଗରିଷ୍ଠତା ଆସନ ହାସଲ କରିଥିଲା । ଏଥିସହିତ ବରିଷ୍ଠ କଂଗ୍ରେସ ନେତା କମଳନାଥ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଡିସେମ୍ବର ୧୭ ତାରିଖରେ ଶପଥ ନେବେ ।

Leave A Reply

Your email address will not be published.