Latest Odisha News

BREAKING NEWS

ଫେବୃଆରୀ ୨୨ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ୨୦୧୯ ମସିହା ଫେବ୍ରୁଆରୀ ମାସ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏନେଇ ଶୁକ୍ରବାର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜଣାପଡିଛି ।

ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ମଧ୍ୟରେ ସମାପ୍ତ ହେବ । ଏସମ୍ପର୍କରେ ବୋର୍ଡ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ସମୟ ସାରଣୀ ଅନୁଯାୟୀ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ହେବକୁ ଥିବା ବେଳେ ୩ୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଯଥାକ୍ରମେ ଫେବ୍ରୁଆରୀ ୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହେବ ।

ଏଥିସହିତ ଫେବୃଆରୀ ୨୫ ତାରିଖରେ ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଜଣାପଡିଛି ।

Leave A Reply

Your email address will not be published.