Latest Odisha News

BREAKING NEWS

ନିଜ ଚାକିରୀ ପାଇଁ ନିଜକୁ ଦେଲେ ବଳି !

ତାମିଲନାଡୁ: ବ୍ୟାଙ୍କ ଚାକିରୀ ପାଇଁ ଦେଇଥିଲେ ବଳି । ହେଲେ ଚାକିରୀ କରିବାକୁ ନଥିଲା ଦେହରେ ଜୀବନ । ଚାକିରୀ ପାଇଁ ଜଣେ ପାଠ ପଢୁଆ ବ୍ୟକ୍ତିଙ୍କର କାରନାମା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ତାମିଲନାଡୁରେ ଘଟିଥିବା ଏହି ଘଟଣାରେ ଖୋଦ ବଳି ପକାଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ତେବେ କାହା ଚାକିରୀ ପାଇଁ ସେ ଦେଇଥିଲେ ନିଜ ବଳି ?

କନ୍ୟାକୁମାରୀ ଜିଲ୍ଲା ନାଗେରକୋଏଲ ଗାଁର ଜଣେ ବ୍ୟକ୍ତି ବ୍ୟାଙ୍କ ଚାକିରୀ ନପାଇବାରୁ ହତାଶ ହୋଇପଡିଥିଲେ । ବ୍ୟକ୍ତିଙ୍କର ପରିଚୟ ନବୀନ । ବୟସ ୩୨, ହେଲେ ଚାକିରୀ ପାଇବା ଚିନ୍ତାରେ ସେ ଖାଇବାପିଇବା ବି ଭୁଲିଯାଇଥିଲେ । ବହୁ ଦେବାଦେବୀଙ୍କୁ ପୂଜା କରି ଶେଷରେ ଏମିତି ଏକ ମାନସିକ କରିବସିଥିଲେ । ଯାହା ବିଷୟରେ ବୋଧ ହୁଏ ସେ ଭଲ ଭାବେ ଚିନ୍ତା କରିନଥିଲେ ।

ଚାକିରୀ ପାଇଲେ ସେ ନିଜେ ଦେବେ ନିଜର ବଳି । କିଛି ଏପରି ମାନସିକ ରଖି ନବୀନ ଚାକିରୀ ଖୋଜିବାକୁ ଲାଗିପଡିଥିଲେ । ଶେଷରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁମ୍ବାଇ ଶାଖାରେ ତାଙ୍କୁ ନିଯୁକ୍ତି ମିଳିଥିଲା । ଚାକିରୀ ପାଇବାର ୧୫ଦିନ ପରେ ଶୁକ୍ରବାର ସେ ମୁମ୍ବାଇରୁ ଥିରୁଅନନ୍ତପୁରମରେ ପହଂଚିଥିଲେ । ସେଠିକାର ରେଳବାଇ ଷ୍ଟେସନ୍ ଟ୍ରାକ୍‌ରେ ମୁଣ୍ଡ ଦେଇ ଶୋଇରହିଥିଲେ । ଶେଷରେ ଟ୍ରନ ଚଢିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ସମସ୍ତ ଘଟଣା ଏକ ଚିଠିରେ ଲେଖିଥିଲେ ମୃତ ନବୀନ । ସେହି ଚିଠିରେ ସେ ନିଜ ମାନସିକ ପୂରଣ କରିବା କଥା ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ । ସୁଇସାଇଡ୍ ନୋଟ୍ ପୋଲିସ ହାତରେ ପଡିବା ପରେ ଏଭଳି ଚକିତକର ଘଟଣା ସାମ୍ନାକୁ ଆସିଥିଲା । ନବୀନଙ୍କ ମୃତ୍ୟୁ ପରେ ନାଗେରକୋଏଲ୍ ପୋଲିସ ମୃତଦେହକୁ ଅକ୍ତିଆର କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି । ତେବେ ନବୀନଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଥିବା ଅନୁମାନ କରି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.