Latest Odisha News

BREAKING NEWS

ବ‌ଙ୍ଗୋପସାଗରରେ ଲଘୁଚାପ: ଓଡ଼ିଶା ଉପକୂଳରେ ହେବନି ବର୍ଷା, ବଢ଼ିପାରେ ଶୀତ

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ ବଳୟ । ଆସନ୍ତା ୨୪ ଘଣ୍ଟାରେ ଏହା ବାଂଲାଦେଶ ଉପକୂଳ ମୁହାଁ ହେବ । ଏହା ମିଆଁମାର୍‌ ଓ ସଂଲଗ୍ନ ବାଂଲାଦେଶ ଓ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା କରାଇବ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାଗ ଶୁଖିଲା ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡ଼ିକର ଆକାଶ ମେଘାଚ୍ଛନ୍ନ ରହିବ । କାଁ ଭାଁ କେଉଁଠି ହାଲ୍‌କା ବର୍ଷା ହୋଇପାରେ ।

ରାଜ୍ୟରେ ଆଗାମୀ ୩ ଦିନ ପର୍ୟ୍ୟନ୍ତ ସର୍ବନିମ୍ନ ତାପମାତ୍ରା ପ୍ରାୟତଃ ଅପରିବର୍ତିତ ରହିବ । ୪ ତାରିଖ ପରେ ପାରଦ ଖସିପାରେ । ଫଳରେ ରାଜ୍ୟରେ ଅନୁଭୂତ ହେବ ଶୀତ ।

Leave A Reply

Your email address will not be published.