ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଟ୍ରେଣ୍ଡ । ଦୈନିକ କେସ୍ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଚାରେ ସଂକ୍ରମିତ ହୋଇଛନ୍ତି ଆଉ ୩୮ ହଜାର ୩୧୦ ଜଣ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୬୭ ହଜାର ୬୨୩କୁ ବୃଦ୍ଧି ପାଇଛି ।
ଲକ୍ଷେ ୨୩ ହଜାର ମୃତ୍ୟୁ
ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ଯାଇଛି ଆଉ ୪୯୦ ଆକ୍ରାନ୍ତଙ୍କ ଜୀବନ । ମହାମାରୀରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୩ ହଜାର ୦୯୭ ଆକ୍ରାନ୍ତ ପ୍ରାଣ ହରାଇଲେଣି । ଦେଶରେ ମୃତ୍ୟୁହାର ରହିଛି ୧.୪୯% ।
ବଢୁଛି ସୁସ୍ଥତା, କମୁଛି ଆକ୍ଟିଭ୍ କେସ୍
ଦେଶରେ ଆକ୍ରାନ୍ତଙ୍କ ଅପେକ୍ଷା ଦୈନିକ ବଢୁଛି ସୁସ୍ଥ ସଂଖ୍ୟା । ଯାହାକି ଦେଶବାସୀଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି । ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୫୮ ହଜାର ୩୨୩ ସଂକ୍ରମିତ । ସୁସ୍ଥ ସଂଖ୍ୟା ୭୬ ଲକ୍ଷ ୩ ହଜାର ୧୨୧କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ୫ ଲକ୍ଷ ୪୧ ହଜାର ୪୦୫ଟି ଆକ୍ଟିଭ୍ କେସ୍ ରହିଛି ।
BREAKING NEWS
- ଜିମ୍ବାୱେରେ ବୁଡିଲା ଡଙ୍ଗା; ୧୫ ମୃତ, ୨୭ ନିଖୋଜ
- ଆଜି ବର୍ଷର ଶେଷ ସୂର୍ଯ୍ୟ ପରାଗ, ଭାରତରେ ହେବ କି ଦୃଶ୍ୟମାନ…
- ଏହି ମଡେଲଙ୍କୁ ବିବାହ କଲେ କ୍ରିଷ୍ଟିଆନୋ ରୋନାଲ୍ଡ
- ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ
- ଆଜି ଚିତାଲାଗି ଅମାବାସ୍ୟା, ଶ୍ରୀମନ୍ଦିରରେ ୫ ଘଣ୍ଟା ସଧାରଣ ଦର୍ଶନ ବନ୍ଦ
- ଟ୍ରେନ୍ ନା ବିମାନ: ଭାରତରେ କେଉଁ ଯାତ୍ରା ଅଧିକ ସୁରକ୍ଷିତ? ଲୋକସଭା ରିପୋର୍ଟରୁ ଆସିଲା ବଡ଼ ତଥ୍ୟ
- ଶ୍ରୀଲଙ୍କା ଟେଷ୍ଟ ସିରିଜ : ସଚିନ, କୋହଲିଙ୍କ ରେକର୍ଡ ଭାଙ୍ଗି ପାରନ୍ତି ଶୁଭମନ
- କେୱାଇସି ନାଁରେ ମୋବାଇଲକୁ ଆସୁଛି ଫେକ୍ ମେସେଜ୍: ଲିଙ୍କ୍ କ୍ଲିକ୍ କଲେ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ
- ଭାଇରାଲ୍ ହେଲା ରାହୁଲଙ୍କ ‘ବୋଟିଂ’ ଫଟୋ: ବିଜେପି ପଚାରିଲା ମହିଳା ଜଣକ କିଏ?
- ଭାରତ-ଆଫଗାନିସ୍ତାନ ଟି୨୦ ସିରିଜର ତାରିଖ,ସ୍ଥାନ ଚୂଡ଼ାନ୍ତ: ଅନିଶ୍ଚିତତାରେ ବାଂଲାଦେଶ ଗସ୍ତ

Comments are closed.