Latest Odisha News

BREAKING NEWS

‘ଲୋକସଭା ଓ ରାଜ୍ୟସଭା ମିଶିଲେ ବି କଂଗ୍ରେସରେ ନାହାନ୍ତି ୧୦୦ ସାଂସଦ’

ପାଟନା: ବିହାରରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଗୋଟିଏ ପଟେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣକୁ ନେଇ ଚାଲିଛି ଜୋରଦାର ପ୍ରଚାର । ବିଭିନ୍ନ ରାଜନୈତିକ ଦଳ ପ୍ରଚାର ମଇଦାନରେ ବ୍ୟସ୍ତ ଅଛନ୍ତି । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ୨ଟି ରାଲିରେ ଯୋଗଦେଇଛନ୍ତି ।

ପ୍ରଥମେ ସେ ବିହାରର ଆରରିୟାର ଫାରବିସଗଂଜ ସାଭରେ ଯୋଗଦେଇ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ଏଠାରେ ସେ ବିରୋଧୀ ଟାର୍ଗେଟ କରି କହିଥିଲେ, ବିହାରରେ ଡବଲ ଯୁବରାଜଙ୍କୁ ଲୋକେ ଆଡେଇ ଦେଇଛନ୍ତି । ତେଣୁ ବିହାରରେ ପୁଣିଥରେ ଏନ୍‌ଡିଏ ସରକାର ଗଠନ ହେବ ।

ମୋଦି ଏହି ସମୟରେ କଂଗ୍ରେସକୁ ତୀକ୍ଷ୍ଣ ବାଣ ମାରିଛନ୍ତି । ସେ କହିଛନ୍ତି, ପୂର୍ବରୁ କଂଗ୍ରେସ ଲୋକଙ୍କୁ ଯେଉଁ ମିଛ ପ୍ରତିଶ୍ରୁତି ଦେଇଥିଲା ତାକୁ ଏବେ ଲୋକେ ଠିକ୍ ବୁଝି ପାରିଛନ୍ତି । ସେଥିପାଇଁ ଆଜି କଂଗ୍ରେସର ଅବସ୍ଥା ଏପରି । ଏବେ ଲୋକସଭା ଓ ରାଜ୍ୟସଭା ର ଦୁଇଟି ମିଶିଲେ ମଧ୍ୟ କଂଗ୍ରେସ ପାଖରେ ୧୦୦ ସାଂସଦ ନାହାନ୍ତି । ଅନ୍ୟ କେତେକ ରାଜ୍ୟରେ କଂଗ୍ରେସ ଖାତା ବି ଖୋଲି ପାରିନାହିଁ ବୋଲି କହି କଂଗ୍ରେସକୁ କଡା କଟାକ୍ଷ କରିଛନ୍ତି ମୋଦି।

Leave A Reply

Your email address will not be published.