Latest Odisha News

BREAKING NEWS

ଚଳଚ୍ଚିତ୍ର ‘ଆରଆରଆର’କୁ ନେଇ ତେଜୁଛି ବିବାଦ; ପ୍ରେକ୍ଷାଳୟରେ ନିଆଁ ଲଗାଇଦେବାକୁ ନିର୍ଦ୍ଦେଶକ ରାଜାମୌଲିଙ୍କୁ ବିଜେପି ସାସଂଦଙ୍କ ଖୋଲା ଧମକ

ନୂଆଦିଲ୍ଲୀ: ତେଲେଙ୍ଗାନା ବିଜେପି ମୁଖ୍ୟ ତଥା କରିମନଗରର ସାଂସଦ ସଞ୍ଜୟ କୁମାର ନିର୍ଦ୍ଦେଶକ ଏସ୍ଏସ୍‌  ରାଜାମୌଲିଙ୍କୁ ଧମକ ଦେଇଛନ୍ତି। ନିର୍ଦ୍ଦେଶକଙ୍କୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆରଆରଆର’ ପାଇଁ ଏହି ଧମକ ଦିଆଯାଇଛି। ଫିଲ୍ମର ଗୋଟିଏ ଦୃଶ୍ୟରେ ସେ ଆଦିବାସୀ ନେତା କୋମାରାମ ଭୀମଙ୍କ ମୁଣ୍ଡରେ ଧଳା ଟୋପି  ପିନ୍ଧିବାକୁ ଆପତ୍ତି କରିଛନ୍ତି। ଯଦି ଏହି ଦୃଶ୍ୟ ହଟା ନଯାଏ ତେବେ ପ୍ରେକ୍ଷାଳୟରେ ନିଆଁ ଲଗାଇବାକୁ ଧମକ ଦେଇଛନ୍ତି ସାଂସଦ ସଞ୍ଜୟ କୁମାର।
ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସାଂସଦ ଏହି ବିବାଦୀୟ ବୟାନ ଦେଇଛନ୍ତି। ସଞ୍ଜୟ କୁମାର ରାଜାମୌଲିଙ୍କୁ ଧମକ ଦେଇଛନ୍ତି ଯେ ଯଦି ସେ ଏହି ଦୃଶ୍ୟକୁ ଫିଲ୍ମରୁ ନ ହଟାନ୍ତି ତେବେ ଏହାର ପରିଣାମ ଗୁରୁତର ହେବ।

ରାଜାମୌଲିଙ୍କ ଆଗାମୀ ଚଳଚ୍ଚିତ୍ର ‘ଆରଆରଆର’ ଆଦିବାସୀ ନେତା କୋମାରାମ ଭୀମଙ୍କ ଉପରେ ଆଧାରିତ। କୋମାରାମ ଭୀମ ହାଇଦ୍ରାବାଦର ନିଜାମଙ୍କ ବିରୋଧରେ ଲଢିଥିଲେ। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ଛତିଶଗଡର ଅନେକ ଅଞ୍ଚଳରେ କୋମରାମଙ୍କୁ ଦେବତା ପରି ପୂଜା କରାଯାଏ।

Leave A Reply

Your email address will not be published.