ଭୁବନେଶ୍ୱର: ବିଜୁ ଜନତା ଦଳରୁ ନିଲମ୍ବିତ ହେବାର ଗୋଟିଏ ଦିନପରେ ପୂର୍ବତନ ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାସ ଶୁକ୍ରବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।
ଦଳ ବିରୋଧି କାର୍ଯ୍ୟ ପାଇଁ ଗତ ଦୁଇ ଦିନ ତଳେ ଶ୍ରୀ ଦାସ ପାର୍ଟିରୁ ନିଲମ୍ବିତ ହୋଇଥିଲେ ।
ତେବେ ସେ ପୂର୍ବରୁ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ କହିଥିଲେ ଯେ “ଟିକେଟ୍ ନମିଳିବାରୁ ଅସନ୍ତୋଷ ଥିଲି । ହେଲେ ପ୍ରଚାର ସମୟରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିଥିଲି” ।
ଉଲ୍ଲେଖଯୋଗ୍ୟ, ଶ୍ରୀ ଦାସ ୨୦୦୯ ଓ ୨୦୧୪ରେ ଦୁଇ ଥର ଲାଗି ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । ହେଲେ ୨୦୧୯ ନିର୍ବାଚନରେ ବିଜେପିର ମଦନ ମୋହନ ଦତ୍ତଙ୍କ ଠାରୁ ପରାସ୍ତ ହୋଇଥିଲେ ସେ ।
Comments are closed.