Latest Odisha News

BREAKING NEWS

୬ ବର୍ଷ ପରେ ଘରକୁ ଫେରିଲେ ନାଚିକା ଲିଙ୍ଗା

କୋରାପୁଟ: ଦୀର୍ଘ ୬ ବର୍ଷ ପରେ ଘରକୁ ଫେରିଲେ ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ।ଜାମିନ୍‌ ପାଇ ଜେଲରୁ ମୁକୁଳିବା ପରେ ଗତ ରାତିରେ ସେ ନିଜ ଗାଁ କୋରାପୁଟ ଜିଲ୍ଲା ନାରାୟଣପାଟଣାର ଭାଲିଆପୁଟକୁ ଫେରିଛନ୍ତି। ପ୍ରଥମେ ନଦୀ କୂଳରେ ଆଦିବାସୀଙ୍କ ପାରମ୍ପରିକ ବନ୍ଦାପନା, ନୂତନ ବସ୍ତ୍ର ପରିଧାନ କରି ଘରେ ପ୍ରବେଶ କରିଥିଲେ ନାଚିକା ଲିଙ୍ଗା। ଗାଁ ଲୋକେ ଏକ ଶୋଭଯାତ୍ରା କରି ତାଙ୍କୁ ପାଛୋଟି ଆଣିଥିଲେ।

ନାଚିକା ଲିଙ୍ଗାଙ୍କ ବିରୋଧରେ ୪୫ଟି କେସ୍ ଥିଲା। ୨୦୧୪ ଅକ୍ଟୋବରରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ୪୪ଟି ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇ ଥିବାବେଳେ ଥାନା ଆକ୍ରମଣ ଅଭିଯୋଗରେ ୬ ବର୍ଷ କୋରାପୁଟ ଜେଲରେ ବିଚାରାଧୀନ କଏଦୀ ଭାବେ ଥିଲେ। କିଛି ଦିନ ତଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ନାଚିକାଙ୍କୁ ଜାମିନ ପ୍ରଦାନ କରିଥିଲେ।

Comments are closed.