ଭୁବନେଶ୍ୱର: ଓଡିଆ ହକି ଅଲମ୍ପିଆନ୍ ନମିତା ଟପ୍ପୋ ଚଳିତ ବର୍ଷ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଏକଲବ୍ୟ କମିଟି ସଦସ୍ୟ ମାନେ ରବିବାର ଦିନ ସର୍ବସମ୍ମତି କ୍ରମେ ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ନମିତା ଟପ୍ପୋଙ୍କୁ ଚୟନ କରାଯାଇଥିଲା ।
ନମିତା ଭାରତ ପକ୍ଷରୁ ଅନେକ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ସହ ୨୦୧୬ ରିଓ-ଅଲମ୍ପିକରେ ଖେଳିଥିଲେ । ଉକ୍ତ ଉତ୍ସବରେ ତାଙ୍କୁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ଦିଆଯିବ ।
ତେବେ ତାଙ୍କ ସହିତ ଦୁଇ ଓଡିଆ ଭାରଉତ୍ତୋଳକ ସ୍ନେହା ସୋରେନ୍ ଓ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ସମ୍ବର୍ଦ୍ଧନା ସହ ୫୦,୦୦୦ ଟଙ୍କାର ପୁରସ୍କାର ରାଶି ଏବଂ ମାନପତ୍ର ପ୍ରଦାନ କରାଯିବ ।
Comments are closed.